ଦିଲ୍ଲୀ ମେଟ୍ରୋର ପୁଣି ଏକ ଭିଡିଓ ଭାଇରଲ, ଚଟାଣରେ ବସି ପରସ୍ପରକୁ ଲିପ୍‌କିସ୍‌ କଲେ ପ୍ରେମୀଯୁଗଳ

ଦିଲ୍ଲୀ ମେଟ୍ରୋରେ ହିତାହିତ ଜ୍ଞାନ ଭୁଲିଗଲେ ପ୍ରେମୀଯୁଗଳ । ମେଟ୍ରୋ ଭିତରେ ଚଟାଣରେ ବସି ପରସ୍ପରକୁ ଲିପକିସ୍‌ କଲେ ପ୍ରେମୀଯୁଗଳ । ଭିଡିଓ ଭାଇରଲ ହେବା ପରେ ୟୁଜର୍ସ ଦେଉଛନ୍ତି ଏଭଳି ପ୍ରତିକ୍ରିୟା ।

ପୁଣି ଭାଇରଲ ହେଲା ଦିଲ୍ଲୀ ମେଟ୍ରୋ ଭିଡିଓ । ଏଥର ମଧ୍ୟ ସବୁସୀମା ପାର କରିଦେଇଛନ୍ତି ପ୍ରେମୀଯୁଗଳ । ଦିଲ୍ଲୀ ମେଟ୍ରୋ ବର୍ତ୍ତମାନ ଆଉ ମେଟ୍ରୋ ଅବସ୍ଥାରେ ନାହିଁ । ଦିନକୁ ଦିନ ଏଥିରେ ଅଶ୍ଳୀଳତା ସବୁ ସୀମା ପାର ହେଉଥିବାର ଦେଖିବାକୁ ମିଳିଛି । ରେଳ ନିଗମ (ଡିଏମଆରସି) ର କଠୋରତା ସତ୍ତ୍ୱେ ପ୍ରେମୀଯୁଗଳ ମାନେ ମେଟ୍ରୋରେ ଅଶ୍ଳୀଳ କାମ କରୁଛି । ଏବେ ଭାଇରଲ ହେଉଥିବା ଭିଡିଓରେ ପ୍ରେମୀଯୁଗଳ ଟ୍ରେନର ଚଟାଣରେ ବସି ପରସ୍ପରକୁ ଲିପ୍‌କିସ୍‌ ଦେଉଛନ୍ତି । ଆଉ ଟ୍ରେନରେ ଥିବା ଏତେ ଲୋକଙ୍କୁ ନେଇ ଲଜ୍ୟା ମଧ୍ୟ କରୁନାହାନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳିଛି, ଜଣେ ପୁଅ ଦିଲ୍ଲୀ ମେଟ୍ରୋ ଚଟାଣରେ ବସିଥିବା ବେଳେ ଗର୍ଲଫ୍ରେଣ୍ଡ ଜଣକ ପୁଅ କୋଳରେ ଶୋଇଛି। ଏମାନେ ଲଜ୍ୟାସରମ ସବୁକିଛି ଭୁଲି ପରସ୍ପରକୁ କିସ୍‌ କରୁଛନ୍ତି । ଏହି ଭିଡିଓକୁ ଆଗ ସିଟରେ ବସିଥିବା ଜଣେ ଯୁବକ ରେକର୍ଡ କରିଛନ୍ତି।

ଭିଡିଓ ଭାଇରଲ ହେବା ପରେ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ସିସିଟିଭି ଲାଗିଥିଲେ ମଧ୍ୟ ଦୋଷୀକୁ ଧରାହୋଇପାରୁନାହିଁ । ପରିବାର ସହିତ ମେଟ୍ରୋରେ ଗଲା ବେଳେ ଲାଜ ଲାଗୁଛି ବୋଲି କିଛି ୟୁଜର୍ସ କହିଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓ ବିଷୟରେ DMRC କୁ ଦାୟୀ କରୁଛନ୍ତି । ଡିସିପି ଦିଲ୍ଲୀ ମେଟ୍ରୋକୁ ଟ୍ୟାଗ୍ କରି ଜଣେ ଉପଭୋକ୍ତା ଟ୍ଵିଟ୍‌ ମଧ୍ୟ କରିଛନ୍ତି ।

ତେବେ ପୂର୍ବରୁ ଦିଲ୍ଲୀ ମେଟ୍ରୋର ଅନେକ ଭିଡିଓ ଭାଇରଲ ହେବା ପରେ ଡିଆରଏମ୍‌ସି ମେଟ୍ରୋ ଭିତରେ ଫ୍ଲାଇଂ ସ୍ୱାର୍ଡ ମଧ୍ୟ ନିୟୋଗିତ କରିଥିଲେ । କିନ୍ତୁ ଏହାର କୌଣସି ଫାଇଦା ଦେଖିବାକୁ ମିଳୁନାହିଁ । ମେଟ୍ରୋରେ ସ୍ୱାର୍ଡ ସିଭିଲ ଡ୍ରେସରେ ବୁଲି ଏଭଳି ଅଶ୍ଳୀଳ ହରକତ କରୁଥିବା ଲୋକଙ୍କୁ ଧରିବାରେ ବିଫଳ ହେଉଛି ।

ସୂଚନା ମୁତାବକ, ଏହାର କିଛି ଦିନ ପୂର୍ବରୁ ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ମେଟ୍ରୋ ଟ୍ରେନରେ ଜଣେ ବ୍ୟକ୍ତିଙ୍କ ଅଶ୍ଳୀଳ କାର୍ଯ୍ୟ କରୁଥିବା ଭିଡିଓ ଭାଇରାଲ ହେବା ନେଇ ନଗର ପୋଲିସକୁ ନୋଟିସ ଜାରି କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିୱାଲ ଦାବି କରିଛନ୍ତି।

Leave A Reply

Your email address will not be published.