ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା କଏଦୀର ମୃତ୍ୟୁ
୨୦୦୯ ମସିହା ନଭେମ୍ବର ୧୧ ତାରିଖ ଠାରୁ ହତ୍ୟା ମାମଲାରେ ବନ୍ଦୀ ଥିବା ବେଳେ ୨୦୧୦ମସିହା ଅକ୍ଟୋବର ୮ ତାରିଖ ରେ ଆଜୀବନ ସଜା ଦେଇଥିଲେ କୋର୍ଟ । ପାରାଲିସିସ ରୋଗରେ ପୀଡିତ ହୋଇ କାରାଗାରରେ ଚିକିତ୍ସାଧୀନ ଥିଲେ କେଶବ ।
ଦେବଗଡ଼(କେନ୍ୟୁଜ୍): ଦେବଗଡ଼ ସ୍ୱତନ୍ତ୍ର ଉପ କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା କଏଦୀର ମୃତ୍ୟୁ । ମୃତ ବନ୍ଦୀ ରିଆମାଳ ଥାନା ଭିତରପଦ ଗ୍ରାମର କେଶବ କୁମୁରା। ୨୦୦୯ ମସିହା ନଭେମ୍ବର ୧୧ ତାରିଖ ଠାରୁ ହତ୍ୟା ମାମଲାରେ ବନ୍ଦୀ ଥିବା ବେଳେ ୨୦୧୦ମସିହା ଅକ୍ଟୋବର ୮ ତାରିଖ ରେ ଆଜୀବନ ସଜା ଦେଇଥିଲେ କୋର୍ଟ ।
ପାରାଲିସିସ ରୋଗରେ ପୀଡିତ ହୋଇ କାରାଗାରରେ ଚିକିତ୍ସାଧୀନ ଥିଲେ କେଶବ । ଆଜି ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ମୃତ ଦେହ।