ଏବେ ସୁଧ ପାଇଁ ଦେବାକୁ ହେବ ଅଧିକ ଟଙ୍କା

ବ୍ୟାଙ୍କ ଗ୍ରାହକଙ୍କୁ ଲାଗିଲା ଝଟକା, HDFC ବଢ଼ାଇଲା ଲୋନ ସୁଧ ଦର, ଏବେ ଦେବାକୁ ହେବ ଅଧିକ ଟଙ୍କା

ଏଚଡ଼ିଏଫସି ଗ୍ରାହକଙ୍କୁ ଲାଗିଲା ଝଟକା। ପୁଣି ଥରେ ବଢ଼ିଆ ଏମସିଏଲଆର। ଏବେ ବ୍ୟାଙ୍କର ଏହି କାମ ପାଇଁ ଦେବାକୁ ହେବ ଅଧିକ ଟଙ୍କା। ଗତ କାଲି ଠାରୁ ଲାଗୁ ହେଲା ନିୟମ। ଦେଶର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ନିକଟରେ ବ୍ୟାଙ୍କ ପକ୍ଷରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ କୋଟି କୋଟି ଗ୍ରାହକଙ୍କୁ ଏହି ଝଟକା ଦେଇଛି । ଫଳରେ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିବ । ନିକଟରେ ବ୍ୟାଙ୍କ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି ।

ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ବେସଡ ଲେଣ୍ଡିଂ ରେଟସ (ଏମସିଏଲଆର)ରେ ୧୫ ବେସିସ ପଏଣ୍ଟ ବୃଦ୍ଧି ଘୋଷଣା କରାଯାଇଛି । ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ଏନେଇ ସୂଚନା ଦିଆଯାଇଛି । ଏହି ନୂଆ ନିୟମ ଚଳିତ ମାସ ୭ ତାରିଖଠାରୁ ଲାଗୁ କରାଯାଇଛି । ଫଳରେ ଏବେ ବ୍ୟାଙ୍କର ଏମସିଏଲଅର ୮.୧୦ ପ୍ରତିଶତରେ ପହଞ୍ଚି ଯାଇଛି । ଗୋଟିଏ ମାସ ମଧ୍ୟରେ ବ୍ୟାଙ୍କର ଏମସିଏଲଆର ୧୦ ବେସିସ ପଏଣ୍ଟ ବଢ଼ି ୮.୨୦ ପ୍ରତିଶତ ହୋଇଯାଇଛି ।

ଏହିଭଳି ଭାବେ ୬ ମାସରେ ଏମସିଏଲଆର ରେ ୫ ବେସିସ ପଏଣ୍ଟକୁ ବଢ଼ିଛି। ଏମିତିରେ ୮.୮୦% ରୁ ବଢ଼ି ୮.୮୫% ହୋଇଛି। ଏକବର୍ଷରୁ ଅଧିକ ସମୟ ଥିବା ଏମସିଏଲଆର ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଗୋଟିଏ ରାତି : ୮.୧୦%
ଗୋଟିଏ ମାସ : ୮.୨୦%
ତିନି ମାସ:୮.୫୦%
ଛଅ ମାସ:୮.୮୫%
ଏକ ବର୍ଷ: ୯.୦୫%
ଦୁଇ ବର୍ଷ: ୯.୧୦%
ତିନି ବର୍ଷ:୯.୨୦%

ଏହାପୂର୍ବରୁ ବ୍ୟାଙ୍କ ପକ୍ଷରୁ କିଛି ଅବଧି ପାଇଁ ଏମସିଏଲଆର ରେଟ ୧୫ ବେସିସ ପଏଣ୍ଟ ବୃଦ୍ଧି କରାଯାଇଥିଲା । ତେବେ ବ୍ୟାଙ୍କ ବୃଦ୍ଧି କରାଯାଇଥିବା ଏହି ଏମସିଏଲଆରର ପ୍ରଭାବ ହୋମ ଲୋନ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ । ଏହାର ପ୍ରଭାବ କେବଳ ପର୍ସନାଲ ଲୋନ ଓ ଅଟୋ ଲୋନଧାରୀଙ୍କ ଉପରେ ପଡ଼ିବ । ତେବେ ଆଗାମୀ ଦିନରେ ଆଇସିଆଇସିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଏମସିଏଲଆର ବୃଦ୍ଧି କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.