ଶୋଇଥିବା ସମୟରେ ଘରେ ନିଆଁ ଲାଗି ୫ ପିଲା ସମେତ ମା’ ମୃତ
ବାପା ସାମ୍ନାରେ ଜଳିଗଲେ ୫ ପିଲା ଏବଂ ପତ୍ନୀ । ଶୋଇଥିବା ସମୟରେ ଘରେ ନିଆଁ ଲାଗିଯିବାରୁ ୫ ଜଣ ପିଲାଙ୍କ ସହିତ ଜଣେ ମହିଳା ପୋଡି ପାଉଁଶ ହୋଇଯାଇଛନ୍ତି । ଘଟଣାଟି ଉତ୍ତରପ୍ରଦେଶର କୁଶୀନଗରରେ ଘଟିଛି ।
ଉତ୍ତରପ୍ରଦେଶ କୁଶୀନଗରର ଜିଲ୍ଲାର ରାମକୋଲା ଥାନା ଅନ୍ତର୍ଗତ ଉର୍ଦହା ଗ୍ରାମରେ ନିଆଁ ଲାଗି ଗୋଟେ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବହ ୫ ଜଣ ପିଲା ରହିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକ ଜାଣିପାରିନଥିଲେ । ଘଟଣା ସମୟରେ ମୃତ ପିଲାଙ୍କ ବାପା ଘର ବାହାରେ ଶୋଇଥିଲେ । ଶୋଇବା ସମୟରେ ନିଆଁ ଲାଗିବା ଯୋଗୁଁ ମହିଳାଙ୍କ ସମେତ ପିଲାମାନେ ଫଶିଯାଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହକୁ କାଢିବା ସହିତ ନିଆଁକୁ ଆୟତ୍ତ କରିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଖବର ମୁତାବକ, ରାମକୋଲା ନଗରର ଉର୍ଦ୍ଦାହରେ ନବମୀ ନାମକ ଜଣେ ବ୍ୟକ୍ତି ପିଲା ପତ୍ନୀ ଏବଂ ୫ ପିଲାଙ୍କ ସହିତ ଖାଇବା ପରେ ଶୋଇଥିଲେ । ଗରମ ଯୋଗୁଁ ବ୍ୟକ୍ତି ଜଣକ ଘର ବାହାରେ ଶୋଇଥିଲେ । ଆଉ ପତ୍ନୀ ଜଣକ ପିଲାମାନଙ୍କ ସହିତ ଘରେ ଶୋଇଥିଲେ । ଘରେ ହଠାତ୍ ନିଆଁ ଲାଗିବା ପରେ ନବମୀଙ୍କର ନିଦ ଭାଙ୍ଗି ଯାଇଥିଲା । ସେ ତୁରନ୍ତ ନିଆଁକୁ ଲିଭାଇବାକୁ ଚେଷ୍ଟାକରିଥିଲେ । ହେଲେ ପାରିନଥିଲେ । ତେବେ ନିଆଁ ଲାଗିଥିବା ଘର ପାଖରେ ଅନ୍ୟ କୌଣସି ଘର ନଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ଜାଣିପାରିନଥିଲେ । ଫଳରେ ନିଆଁକୁ ଚାରିଆଡେ ବ୍ୟାପି ଯାଇଥିଲା । ଆଉ ମହିଳାଙ୍କ ସମେତ ୫ ଜଣ ପିଲା ଯାହାଙ୍କ ବୟସ ଯଥାକ୍ରମେ ୧୦, ୯, ୩,୨, ୧ ରହିଥିଲା । ସେମାନଙ୍କର ମୃତ୍ୟୁ ହୋଇଥିଲା ।
ନିଆଁ ସମ୍ପର୍କରେ ସୂଚନା ପାଇବା ପରେ ରାମକୋଲା ପୋଲିସ ଷ୍ଟେସନର ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ସମସ୍ତ ମୃତଦେହ ବାହାର କରିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୂଚନା ପାଇବା ପରେ ଡିଏମ ରମେଶ ରଂଜନ ଏବଂ ଏସପି ଧାୱାଲ ଜୟ ସୱାଲ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର କାରଣ ସମ୍ପର୍କରେ ତଦନ୍ତ କରିବାକୁ ଡିଏମ ନିର୍ଦ୍ଦେଶ ଦେଇଛନ୍ତି।