ଡାକିଲେ ଓ କରନ୍ତି ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ

ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡ୍ରାଣୀ । ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ପ୍ରଥମ ସୋମବାର ରେ ମାଁ ଙ୍କ ଯାତ୍ରା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ବି ମା ପେଣ୍ଡ୍ରାଣୀଙ୍କ ଯାତ୍ରା ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି । ପ୍ରତି ବର୍ଷ ଭଳି ମାଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତଙ୍କ ସମାଗମ ହେଇଥିଲା। ଯାହା ମାଙ୍କ ପ୍ରତି ଭକ୍ତ ମାନଙ୍କର କେତେ ଆସ୍ଥା ଓ ବିଶ୍ୱାସ ରହିଛି ତାହା ଦର୍ଶାଉଥିଲା।

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡ୍ରାଣୀ । ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ପ୍ରଥମ ସୋମବାର ରେ ମାଁ ଙ୍କ ଯାତ୍ରା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ବି ମା ପେଣ୍ଡ୍ରାଣୀଙ୍କ ଯାତ୍ରା ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି । ପ୍ରତି ବର୍ଷ ଭଳି ମାଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତଙ୍କ ସମାଗମ ହେଇଥିଲା। ଯାହା ମାଙ୍କ ପ୍ରତି ଭକ୍ତ ମାନଙ୍କର କେତେ ଆସ୍ଥା ଓ ବିଶ୍ୱାସ ରହିଛି ତାହା ଦର୍ଶାଉଥିଲା।

ତେବେ ଗତ ଶନିବାର ଦିନ ମାଁଙ୍କ ମନ୍ଦିରରେ ପୂଜା ସରିବା ପରେ ସୋମବାର ଦିନ ମାଁ ଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲାଗି କରାଯାଇଥିଲା । ପରେ ସୋମବାର ଦିନ ସକାଳୁ ମାଁ ପେଣ୍ଡ୍ରାଣୀଙ୍କ ମହାଆଳତି, ଷୋଳସ ଔପଚାର,ପଣା ଆଦି ରିତିନୀତି ଅନୁଯାୟୀ ମାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା। ମାଁ ମନ୍ଦିର ଭିତରୁ ନିଜ ଆସ୍ଥାନ ରୁ ବାହାରି ବିମାନରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହାପରେ ମାଁ ଙ୍କ ବଂଶଜ ବା ଶିରାଙ୍କୁ ଏକ କଣ୍ଟାଲଗା ବିମାନରେ ବସାଯାଇଥିଲା । ଉକ୍ତ ବିମାନରେ ବସାଇ ନୃତ୍ୟ କରାଯାଇଥିଲା ।

ବିଶ୍ୱାସ ରହିଛି ଶିରାଙ୍କ ଦେହରେ ମାଁ ପ୍ରସନ୍ନ ହୁଅନ୍ତି । ଏହାପରେ ଅପରାହ୍ନରେ ମା ଅଞ୍ଚଳବାସୀଙ୍କୁ ସମସ୍ତ ବିପଦ, ରୋଗରୁ ସୁରକ୍ଷା ଦେବା ସହ ସମସ୍ତ ଭକ୍ତ ଯେମିତି ସୁଖ ସମୃଦ୍ଧିରେ ରହିବେ ସେଥିପାଇଁ ଆର୍ଶିବାଦ ପ୍ରଦାନ କରନ୍ତି । ଏଥିରେ ମାଙ୍କ ଶିରା ବଲ୍ଲଭ ମାଳି କଣ୍ଟା ଲାଗିଥିବା ଚୌକିରେ ବସି ଭକ୍ତଙ୍କୁ ଫୁଲ ଚାଉଳ ପ୍ରଦାନ କରିଥାନ୍ତି। ଯାହା ବେଶ ଆକର୍ଷଣୀୟ ।

ତେବେ ମାଁ ଙ୍କ ଏହି ଯାତ୍ରା ଶହ ଶହ ବର୍ଷ ଧରି ଚାଲି ଆସୁଛି। ମାଁଙ୍କ ପାଖରେ ଯେଉଁ ଭକ୍ତ ମନସ୍କାମନା କରେ ତାହା ମା ପୂରଣ କରନ୍ତି ବୋଲି ଭକ୍ତଙ୍କ ଭିତରେ ବିଶ୍ୱାସ ରହିଛି । ତେଣୁ ମାଁଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳ ତଥା ପଡୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଶହ ଶହ ଭକ୍ତଙ୍କ ଭିଡ ଲାଗିଥାଏ। ମାଁଙ୍କ ଦର୍ଶନ କରିବା ପରେ ସୁଖ ଶାନ୍ତି ପ୍ରାପ୍ତ ହାଇଥାଏ ବୋଲି କୁହାଯାଏ ।

Leave A Reply

Your email address will not be published.