ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଖେଳିବେ ନାହିଁ କ୍ୟାପଟେନ୍ ବିରାଟ କୋହଲି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜରୁ ବି ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ବିରାଟ କୋହଲିଙ୍କ ସ୍ଥାନରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ଚତୁର୍ଥ ଦିନିକିଆ ୩୧ ଜାନୁଆରୀ ଓ ପଞ୍ଚମ ତଥା ଶେଷ ଦିନିକିଆ ଫେବ୍ରୁଆରୀ ୩ ତାରିଖରେ ଖେଳାଯିବ।
ନ୍ୟୁଜିଲାଣ୍ଡ ସିରିଜ ପରେ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ। କୋହଲିଙ୍କ ଉପରେ ଅଧିକ ଚାପ ରହୁଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ବିଶ୍ରାମ ମିଳିଛି। ପୂର୍ବରୁ େଓ୍ଵଷ୍ଟଇଣ୍ଡିଜ ସିରିଜରେ ବି କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା।