ଶୁଧିକ୍ରିୟା କାର୍ଯ୍ୟ ପାଇଁ ଗାଧୋଇବା ବେଳେ ଭାସି ଗଲେ ୩ ଜଣ, ୨ ଉଦ୍ଧାର, ଜଣେ ମୃତ
ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ଏକ ଶୁଧିକ୍ରିୟା କାର୍ଯ୍ୟ ପାଇଁ କାଞ୍ଚନ ନଦୀରେ ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସିଗଲେ ୩ ଜଣ ।
ସୋରୋ : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ଏକ ଶୁଧିକ୍ରିୟା କାର୍ଯ୍ୟ ପାଇଁ କାଞ୍ଚନ ନଦୀରେ ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସିଗଲେ ୩ ଜଣ । ଅଡା ଦାମକଳ ବାହିନୀ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ , ସୋମନାଥ ପୁର ଗ୍ରାମରେ ଏକ ଶୁଧିକ୍ରିୟା କାର୍ଯ୍ୟରେ କାଞ୍ଚନ ନଦୀରେ ଗାଧୋଇବା ବେଳେ ତପନ ସ୍ୱାଇଁ ଓ ଆଲୋକ ସ୍ୱାଇଁଙ୍କ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଉଥିବା ବେଳେ ମାନସ ରଞ୍ଜନ ସ୍ୱାଇଁ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ବେଳେ ସେ ମଧ୍ୟ ବୁଡି ଯାଇଥିଲେ l
ଅଡା ଦାମକଳ ବାହିନୀ ଖବର ପାଇ ଘଟଣାସ୍ଥାଳରେ ପହଁଚି ୩ ଜଣ ଯୁବକକୁ ଉଦ୍ଧାର କରିଥିଲେ ବେଳେ ମାନସଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି ।