Indian railways : ଟ୍ରେନରେ ଲୁଟକୁ ନେଇ ହେଲା ଅଫିସିଆଲ ଆଲର୍ଟ, ଏବେ ଏମିତି ଭାବରେ କରାଯିବ ଯାତ୍ରୀଙ୍କର ସୁରକ୍ଷା

ଦିଲ୍ଲୀ-ଭାଗଲପୁର ଏକ୍ସପ୍ରେସ ଏବଂ ଜମ୍ମୁ-ଦିଲ୍ଲୀ ଏକ୍ସପ୍ରେସରେ ହୋଇଥିବା ଲୁଟପାଟକୁ ଦେଖି ରେଳ ଅଧିକାରୀମାନେ ସତର୍କ ହୋଇଯାଇଛନ୍ତି। ଏବେ ଟ୍ରେନର ସୁରକ୍ଷାକୁ ନେଇ ରଣନୀତି ତିଆରି କରାଯାଇଛି। ଏହି ମାସ ଆରମ୍ଭରେ ଟ୍ରେନ ଡକାୟତିମାନେ ଯାତ୍ରୀଙ୍କର ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ। ରିପୋର୍ଟ ଅନୁଯାୟୀ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ରେଳ ବିଭାଗ ଅନ୍ୟ ସ୍ଥାନ ମାନଙ୍କରେ ସୁରକ୍ଷାବାହୀନିଙ୍କୁ ରାଜଧାନୀ ତଥା ଶତାବ୍ଦୀ ଟ୍ରେନରେ ରାତି ସମୟରେ ମୁତୟନ କରାଯିବ।

ସୁରକ୍ଷାକର୍ମୀ ମାନେ ଅତିସମ୍ବେଦନଶୀଳ ସ୍ଥାନରେ ରାତି ସମୟରେ ପହରା ଦେବେ। ଏହି ମାସ ଦିଲ୍ଲୀ-ଭାଗଲପୁର ଏକ୍ସପ୍ରେସରେ ଡକାୟତି ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାସ ପଶ୍ଚିମ ବଙ୍ଗର ନକ୍ସଲ ଇଲାକାରେ କରାଯାଇଥିଲା। ଏହି ଘଟଣାର ଗୋଟିଏ ଦିନ ପରେ ଜମ୍ମୁ-ଦିଲ୍ଲୀ ଦୁରନ୍ତୋ ଏକ୍ସପ୍ରେସରେ ମଧ୍ୟ ଲୁଟପାଟ କରାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ରାଜଧାନୀ ଏବଂ ଶତାବ୍ଦୀ ଟ୍ରେନରେ ସୁରକ୍ଷାକୁ କମ୍ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ ଆରପିଏଫର ନିର୍ଦ୍ଦେଶକ ଜେନେରାଲ ଅରୁଣ କୁମାର କହିଲେ ଯେ ରେଲଗାଡିରେ ହେଉଥିବା ଅପରାଧକୁ ରାଜ୍ୟ ସମ୍ଭଦ୍ଧିତ ରେଳ ପୋଲିସ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ରେଲୱେ ପ୍ରୋଟେକ୍ସନ ପୋଲିସ ଲୋକାଲ ପୋଲିସକୁ ସାହାଯ୍ୟ କରିବାପାଇଁ ମୂତୟନ ଅଛନ୍ତି। ଆମେ ଘଟଣା ଉପରେ ନଜର ରଖିଛୁ। ରେଲୱେ ସୁରକ୍ଷା-ବ୍ୟବସ୍ଥାକୁ ଆହୁରି କଡା କରିବା ପାଇଁ ଟ୍ରେନରେ ସିସିଟିଭି କ୍ୟାମେରା ଲଗାଇବାରେ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.