Below header

ଆଜି ବିଶ୍ଵ ହସ୍ତୀ ଦିବସ: ହାତୀ ଏବଂ ମଣିଷ ଭିତରେ ଥିବା ନିବିଡ ସମ୍ପର୍କର ଉଦାହରଣ ସୃଷ୍ଟି କରିଛି ଜାମୁତି ଗାଁ

ଆଜି ବିଶ୍ଵରେ ପାଳିତ ହେଉଛି ବିଶ୍ଵ ହସ୍ତୀ ଦିବସ। ମଣିଷ ଏବଂ ହାତୀ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ପାଇଁ ପ୍ରତି ବର୍ଷ ପାଳନ ହେଇଥାଏ ବିଶ୍ଵ ହସ୍ତୀ ଦିବସ । ତେବେ ହାତୀ ଏବଂ ମଣିଷ ଭିତରେ ଥିବା ନିବିଡ ସମ୍ପର୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଜାମୁତି ଗାଁ ।

କରଞ୍ଜିଆ(କେନ୍ୟୁଜ୍): ଆଜି ବିଶ୍ଵରେ ପାଳିତ ହେଉଛି ବିଶ୍ଵ ହସ୍ତୀ ଦିବସ। ମଣିଷ ଏବଂ ହାତୀ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ପାଇଁ ପ୍ରତି ବର୍ଷ ପାଳନ ହେଇଥାଏ ବିଶ୍ଵ ହସ୍ତୀ ଦିବସ । ତେବେ ହାତୀ ଏବଂ ମଣିଷ ଭିତରେ ଥିବା ନିବିଡ ସମ୍ପର୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଜାମୁତି ଗାଁ ।

ଏହି ଗାଆଁଟି ଉପାନ୍ତ ଅଞ୍ଚଳ ହେଲେ ମଧ୍ୟ ହାତୀ ଏବଂ ମଣିଷ ମଧ୍ୟରେ ପୂର୍ବ ପୁରୁଷ ଠାରୁରହିଛି ନିବିଡ଼ ସମ୍ପର୍କ। ମୟୁରଭଞ୍ଜ ଜିଲାର କରଞ୍ଜିଆ ବନ ଖଣ୍ଡକୁ କିଛି ଦିନ ପୂର୍ବରୁ ୨୩ ଟିକିଆ ହାତୀପଲ ଆସିଥିଲେ । କିଛି ଦିନ କରଞ୍ଜିଆ ବନ ଖଣ୍ଡରେ ରହିଲା ପରେ ଝାଡ଼ଖଣ୍ଡ ରାଜ୍ୟକୁ ଯିବା ପୂର୍ବରୁ ମୟୂରଭଞ୍ଜ ଜିଲାର ରରୁଆଁ ବ୍ଲକର
ବୈଦ୍ୟନାଥ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁତି ଗାଁ ନିକଟରେ ୩ ମାସର ଅସୁସ୍ଥ ହାତୀ ଛୁଆକୁ ଛାଡି ଚାଲିଯାଇଥିଲେ।

ଚଳିତ ମାସ ୧ ତାରିଖରେ ଅସୁସ୍ଥ ହାତୀଛୁଆକୁ ସୁସ୍ଥ କରିବା ପାଇଁ ପ୍ରାଣୀ ଚିକିତ୍ସିକ ଏବଂ ବନବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ବି ହାତୀଛୁଆକୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା। ଶେଷରେ ୨ତାରିଖରେ ସକାଳୁ ହାତୀଛୁଆଟିର ଜୀବନ ଚାଲି ଯାଇଥିଲା। ହାତୀ ମୃତ୍ୟୁ ଖବର ଗାଁ ଲୋକ ମାନେ ଜାଣିବା
ପରେ ଜାମୁଡି ଗ୍ରାମରେ ଶୋକ ର ଛାୟା ଖେଳିଯାଇଥିଲା।

ଏଠାରେ ହାତୀକୁ ଲକ୍ଷ୍ମୀ ଭାବେ ପୂଜା କରନ୍ତି। ଗାଁର ପାରମ୍ପରିକ ରୀତିନୀତି ଅନୁଯାୟୀ, ହାତୀ ଛୁଆ ର ଶବ ସତ୍କାର କରାଯାଇଥିଲା। ଶୁକ୍ରବାର
ହାତୀ ଛୁଆର ଦଶାହ ପାଳନ କରିଛନ୍ତି ଗ୍ରାମବାସୀ। ମୃତ ହାତୀଛୁଆର ସଦ୍ଗତି ପାଇଁ ଶୁକ୍ରବାର ପୂର୍ବାହ୍ନ ଘଟିକା ସମୟରେ ଗାଁର ଅନେକ ଲୋକମାନେ ଛୁଟି ପକାଇ ମୁଣ୍ଡନ ହୋଇ ତିଳତର୍ପଣ କରିଥିଲେ । ଅପରାହ୍ନ ଟା ସମୟରେଜ୍ଞାତିଭୋଜନ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.