ଗଣତନ୍ତ୍ର ଦିବସର ୪ ଦିନ ପରେ ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ

ଭୁବନେଶ୍ୱର(କେ ନ୍ୟୁଜ୍‌) : ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ । ଗଣତନ୍ତ୍ର ଦିବସର ୪ ଦିନ ପରେ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର ଓ ଏସଏପି ସେଭେନଥ୍ ବାଟାଲିୟନ୍ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଓଡିଶା ପୋଲିସ ବ୍ୟାଣ୍ଡ । ପାଇପ୍‌ ବ୍ୟାଣ୍ଡ ବ୍ରାସ ବ୍ୟାଣ୍ଡରେ ଦେଶାତ୍ମବୋଧକ ସଙ୍ଗୀତ ଧୂନ ପରିବେଷଣ କରାଯାଇଥିଲା । ଏଥିସହ ନାନା ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ ହୋଇଥିଲା । ଆସନ୍ତା ୪ ତାରିଖରେ ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ଅଲ୍‌ ଇଣ୍ଡିଆ ପୋଲିସ ବ୍ୟାଣ୍ଡ କମ୍ପିଟିସନରେ ଓଡିଶା ପୋଲିସର ପାଇପ୍‌ ବ୍ୟାଣ୍ଡ ଟିମ ଭାଗ ନେବ ବୋଲି ଡିଜି ଆର .ପି ଶର୍ମା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.