କମ୍ ବଜେଟରେ ନେଇ ଆସନ୍ତୁ ଏହି ଦମଦାର କାର, ୧ ଲିଟରରେ ଦେବ ୩୨ କିଲୋମିଟରର ମାଇଲେଜ୍
ଏହି କାର ୧ ଲିଟରରେ ୩୨ କିଲୋମିଟରରୁ ଅଧିକ ମାଇଲେଜ୍ ଦିଏ । ଏହି କାରର ଲୁକ୍ସ ବି ବଢ଼ିଆ ରହିଛି । ଏତେ ସବୁ ସବିଧା ଥିବା ଗାଡ଼ିର ଦାମ ଆପଣଙ୍କୁ ନିଶ୍ଚିତ ଅଧିକ ଲାଗୁଥିବ । କିନ୍ତୁ ଏହି କାରର ବଜେଟ ଆପଣଙ୍କ ପକେଟକୁ ଫିଟ ହେବ ।
କାର କିଣିବାର ସ୍ୱପ୍ନ କାହାର ବା ନଥାଏ । କିନ୍ତୁ କାରର ବଜେଟ ଏତେ ଅଧିକ ଥାଏ ଯେ ସାଧାରଣ ଲୋକ ମାନେ କାର କିଣିବାର ସ୍ୱପ୍ନକୁ ପୂରା କରିପାରନ୍ତି ନାହିଁ । ବେଳେବେଳେ ଏମିତି ହୁଏ ଯେ କିଛି ଲୋକ ଦାମୀ କାର କିଣିବାରେ ଅସମର୍ଥ ହୋଇଥାନ୍ତି ତେଣୁ ନିଜ ବଜେଟର କାର କିଣିବାକୁ ବାଧ୍ୟ ହୋଇଥାନ୍ତି । କାର କିଣିବାବେଳେ ଲୋକମାନେ ଚାହାଁନ୍ତି ଯେ କାରର ଲୁକ୍ସ ଭଲ ହେଉ, ଦମଦାର ଫିଚର୍ସ ସହ ଭଲ ମାଇଲେଜ୍ ମିଳୁ ତାହା ପୁଣି କମ୍ ଦାମରେ ହେବା ଆବଶ୍ୟକ । କିନ୍ତୁ ଏହି ସବୁ ସୁବିଧା ଗୋଟିଏ କାରରେ ମିଳିବା ମୁସ୍କିଲ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ କାର ବିଷୟରେ କହିବାକୁ ଯାଉଛୁ ଯାହାର ମାଇଲେଜ୍ ଏତେ ଭଲ ଯେ ଆପଣ ଏହିି କାର ନକିଣି ରହି ପାରିବେନି । ଏହି କାର ୧ ଲିଟରରେ ୩୨ କିଲୋମିଟରରୁ ଅଧିକ ମାଇଲେଜ୍ ଦିଏ । ଏହି କାରର ଲୁକ୍ସ ବି ବଢ଼ିଆ ରହିଛି । ଏତେ ସବୁ ସବିଧା ଥିବା ଗାଡ଼ିର ଦାମ ଆପଣଙ୍କୁ ନିଶ୍ଚିତ ଅଧିକ ଲାଗୁଥିବ । କିନ୍ତୁ ଏହି କାରର ବଜେଟ ଆପଣଙ୍କ ପକେଟକୁ ଫିଟ ହେବ । ଏହା ସହିତ ଆପଣଙ୍କୁ କୌଣସି ଡାଉନ୍ ପେମେଣ୍ଟ ବିନା ଅନ୍-ରୋଡ୍ ମୂଲ୍ୟରେ ମଧ୍ୟ ଲୋନ୍ ମିଳିଯିବ । କାରର ଫିଚର୍ସ ବି ଦମଦାର ରହିଛି । ଏହି କାରକୁ ଦେଶର ସବୁଠାରୁ ବଡ଼ ଅଟୋ ମାନ୍ୟୁଫ୍ୟାକଚୁରିଙ୍ଗ କମ୍ପାନୀ ମାରୁତି ସୁଜୁକି ନିର୍ମାଣ କରୁଛି ।
ତେବେ ଆମେ ଯେଉଁ କାର ବିଷୟରେ କହୁଛୁ ତାହା ହେଉଛି ମାରୁତି ସୁଜୁକି ସ୍ୱିଫ୍ଟ । ସ୍ୱିଫ୍ଟ ଏକ ପରଫେକ୍ଟ ଫ୍ୟାମିଲି କାର ଭାବେ ଦୀର୍ଘ ଦିନରୁ ନିଜର ସ୍ଥାନ ସ୍ୱତନ୍ତ୍ର ରଖିଛି । ଏହା ତୁଳନାରେ କୌଣସି ହ୍ୟାଚବ୍ୟାକ୍ ନାହିଁ । ସମୟ ସମୟରେ ଏହାକୁ ଅପଡେଟ୍ କରି କମ୍ପାନୀ ଏହାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ତେବେ ଏହି କାରର କଣ ସୁବିଧା ରହିଛି ଏବଂ କେତେ ଦାମରେ ଆପଣ ଏହାକୁ କିଣି କରିପାରିବେ ଆସନ୍ତୁ ଜାଣିବା ।
କାରର ଇଞ୍ଜିନ୍ ବିଷୟରେ କହିବାକୁ ଗଲେ କମ୍ପାନୀ ୧.୨ ଲିଟରର ନ୍ୟାଚୁରାଲି ଆସ୍ପିରେଟେଡ ପେଟ୍ରୋଲ୍ ଇଞ୍ଜିନ୍ ଦେଇଥାଏ । ଏହି କାରର ଇଞ୍ଜିନ୍ ୯୦ BHPର ପାଓ୍ଵାର ଜେନେରେଟ କରେ । କାରରେ ଆପଣଙ୍କୁ ୫ ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଗିଅର ବକ୍ସ ମିଳିବ । କାରଟି CNG ଭାରିଆଣ୍ଟରେ ମଧ୍ୟ ଉପଲବ୍ଧ ଏବଂ ଏହି ଭାରିଆଣ୍ଟ ଗୋଟିଏ ଲିଟରରେ ୩୨ କିଲୋମିଟରରୁ ଅଧିକ ମାଇଲେଜ୍ ଦିଏ ।
ଦମଦାର ଫିଚର୍ସ :
ଆପଣ ସ୍ୱିଫ୍ଟରେ ଅନେକ ଲାଟେଷ୍ଟ ଫିଚର ଦେଖିବାକୁ ପାଇବେ । ଏଥିରେ ଆଣ୍ଡ୍ରଏଡ୍ ଅଟୋ, ଆପଲ୍ କାରପ୍ଲେ, କ୍ରୁଜ୍ କଣ୍ଟ୍ରୋଲ୍, ୪.୨ ଇଞ୍ଚ କଲର ଡ୍ରାଇଭର ଡିସପ୍ଲେ, ୭.୦ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ଅଟୋ ଏସି ଏବଂ ହାଇଟ୍ ଆଡଜଷ୍ଟେବଲ୍ ଡ୍ରାଇଭର ସିଟ୍, ଏଲଇଡି DRL ସହିତ ଏଲଇଡି ହେଡଲ୍ୟାମ୍ପ ଭଳି ଫିଚର ସାମିଲ ରହିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଥିରେ ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ (ESC), ହିଲ୍ ହୋଲ୍ଡ କଣ୍ଟ୍ରୋଲ୍, ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ, EBD ସହିତ ABS ଏବଂ ରିୟର ପାର୍କିଂ ସେନ୍ସର ଭଳି ଫିଚର ରହିଛି ।
ସ୍ୱିଫ୍ଟରେ ଏତେ ଭଲ ଫିଚର୍ସ ଏବଂ ଏକ ଭଲ ଇଞ୍ଜିନ ଥିଲେ ମଧ୍ୟ ଏହି କାର ଆପଣ ବଜେଟରେ କିଣି ପାରିବେ । ଏହାର ଆରମ୍ଭ ଏକ୍ସ-ସୋରୁମ୍ ମୂଲ୍ୟ ହେଉଛି ମାତ୍ର ୫,୯୯ ଲକ୍ଷ । ଯଦି ଆପଣ ଏହାର CNG ଭାରିଆଣ୍ଟ କିଣନ୍ତି, ତେବେ ଏହାର ଏକ୍ସ-ସୋରୁମ୍ ମୂଲ୍ୟ ଆପଣଙ୍କ ପାଇଁ ୭.୮୬ ଲକ୍ଷ ଟଙ୍କା ହେବ ।