ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ, ଋତୁରାଜ ଗାଏକ୍ୱାଡ ଉପଅଧିନାୟକ

ଅଷ୍ଟ୍ରେଲିଆ ଠାରୁ ବିଶ୍ୱକପ ପ୍ରତିଶୋଧ ନେବା ପାଇଁ ଭାରତୀୟ ଯୁବ ଟିମକୁ ସୁଯୋଗ । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷ ଟି ୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ତେବେ ଯୁବପିଢି ଅଷ୍ଟ୍ରେଲିଆ ଠାରୁ ଏହି ସିରିଜ ଜିତିଗଲେ ହୁଏତ ଫ୍ୟାନ୍ସଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ ।

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଏହି ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ସିରିଜର ୫ଟି ଟି-୨୦ ମ୍ୟାଚ ଖେଳାଯିବ । ଭାରତର ନେତୃତ୍ୱ ନେଇଥିବା ଋତୁରାଜ ଗାଏକ୍ୱାଡ ଉପ ଅଧିନାୟକ ପଦରେ ରହିବେ । ଏହାପରେ ଶେଷ ଦୁଇ ମ୍ୟାଚରେ ଟିମ୍‌ ସହିତ ଶ୍ରେୟସ ଆୟର ଉପଅଧିନାୟକ ଦାୟିତ୍ୱରେ ରହିବେ ।

ଏହି ସିରିଜ ପାଇଁ ବିଶ୍ୱକପରେ ଥିବା ଅଧିକାଂଶ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଦାୟିତ୍ୱରେ ରହିବେ । ସେହିପରି ଋତୁରାଜ ଗାଏକ୍ୱାଡ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଶେଷ ଦୁଇଟି ମ୍ୟାଚ ପାଇଁ ଉପ ଅଧିନାୟକ ଦାୟିତ୍ୱ ଶ୍ରେୟସ ଆୟର ସମ୍ଭାଳିବେ । ସୂର୍ଯ୍ୟ କୁମାର ଏବେ ଟି-୨୦ରେ ୧ନଂ ବ୍ୟାଟର । ସେ ପ୍ରଥମଥର ପାଇଁ ଭାରତର ଅଧିନାୟକ ହୋଇଛନ୍ତି ।

୩୨ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଏପର୍ଯ୍ୟନ୍ତ ୫୩ ଟି-୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୪୬.୦୨ ପ୍ରତିଶତରେ ୧୭୨.୭ ଷ୍ଟ୍ରାଇକ ରନ ରେଟରେ ୧୮୪୧ ରନ୍‌ କରିଛନ୍ତି । ତେବେ ଏହି ସିରିଜ ପାଇଁ ୨୩ ନଭେମ୍ବରରୁ ପ୍ରଥମ ଟି୨୦ ମ୍ୟାଚ୍‌ ବିଶାଖାପାଟନମରେ ଖେଳାଯିବ । ସେହିପରି ୨୬ ନଭେମ୍ବରେ ଦ୍ୱିତୀୟ ମ୍ୟାଚ ତିରୁଅନନ୍ତମପୁରମ, ନଭେମ୍ବର ୨୮ରେ ଗୌହ୍ଵାଟୀରେ ୩ୟ ମ୍ୟାଚ, ଡିସେମ୍ବର ୧ ରାୟପୁରରେ ଚତୁର୍ଥ ମ୍ୟାଚ ଏବଂ ଡିସେମ୍ବର ୩ ତାରିଖରେ ଶେଷ ଟି-୨୦ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ ।

ୱିକେଟ କିପର ଭାବେ ଦଳରେ ଜିତେଶ ଶର୍ମାଙ୍କ ସହ ଈଶାନ କିଶନ ରହିଛନ୍ତି । ସଞ୍ଜୁ ସାମସନ ଟି-୨୦ ସିରିଜରେ ସୁଯୋଗ ପାଇ ନାହାନ୍ତି । ଏସିଆ ଗେମ୍ସରେ ଭାରତ ପାଇଁ କ୍ରିକେଟରେ ସ୍ୱର୍ଣ୍ଣ ଜିତିଥିବା ପ୍ରାୟ ସବୁ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛନ୍ତି ।

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଋତୁରାଜ ଗାଏକ୍ୱାଡ(ଉପ ଅଧିନାୟକ), ଈଶାନ କିଶନ, ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ ଓ ମୁକେଶ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.