ନୂଆବର୍ଷରେ ଅର୍ଥ ମନ୍ତ୍ରଣାଳୟ ଦେଲା ଖୁସି ଖବର, ଡିସେମ୍ବରରେ ୧୦% ବଢ଼ିଲା GST ସଂଗ୍ରହ

ବସ୍ତୁ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହକୁ ନେଇ ନୂଆବର୍ଷରେ ଏକ ଖୁସି ଖବର ଆସିଛି। ଦେଶରେ ଜିଏସ୍‌ଟି ସଂଗ୍ରହ ପୁଣି ଥରେ ବୃଦ୍ଧି ପାଇଛି।

ବସ୍ତୁ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହକୁ ନେଇ ନୂଆବର୍ଷରେ ଏକ ଖୁସି ଖବର ଆସିଛି। ଦେଶରେ ଜିଏସ୍‌ଟି ସଂଗ୍ରହ ପୁଣି ଥରେ ବୃଦ୍ଧି ପାଇଛି। ଡିସେମ୍ବରରେ ବାର୍ଷିକ ଆଧାରରେ ଜିଏସ୍‌ଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟି ଟଙ୍କା ହୋଇଛି। ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାନୁୟାରୀ ୧ରେ ଏହି ତଥ୍ୟ ଜାରି କରାଯାଇଛି।

ଏହା କ୍ରମାଗତ ୧୦ମ ମାସ, ଯେତେବେଳେ ଜିଏସ୍‌ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତେବେ ଡିସେମ୍ବରର ଜିଏସ୍‌ଟି ସଂଗ୍ରହ ନଭେମ୍ବର ସଂଖ୍ୟା ୧.୬୮ ଲକ୍ଷ କୋଟିଠାରୁ କମ୍‌ ରହିଛି। ଏହା ମାସିକ ଆଧାରରେ ପାଖାପାଖି ୨ ପ୍ରତିଶତ କମ୍‌।

ଅର୍ଥ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ୨୦୨୩ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ମୋଟ ଜିଏସ୍‌ଟି ସଂଗ୍ରହ ୧୨ ପ୍ରତିଶତ ବଢ଼ି ୧୪.୯୭ ଲକ୍ଷ କୋଟି ଟଙ୍କା ରହିଛି। ଯେତେବେଳେ କି, ଗତବର୍ଷ ସମାନ ଅବଧି ମଧ୍ୟରେ ୧୩.୪୦ ଲକ୍ଷ କୋଟି ଟଙ୍କା ରହିଥିଲା।

Leave A Reply

Your email address will not be published.