ରାଜନୀତି ମୈଦାନକୁ ଆଜିଠାରୁ ଓହ୍ଲାଇଛନ୍ତି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି । ଲକ୍ଷ୍ନୌରୁ କଂଗ୍ରେସ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରିୟଙ୍କା । ହେଲେ ଏହି ରୋଡ୍ ସୋ ପୂର୍ବରୁ ସୋସିଆଲ୍ ମିଡିଆରେ ଏଣ୍ଟ୍ରି ମାରିଛନ୍ତି ପ୍ରିୟଙ୍କା । କଂଗ୍ରେସ୍ ତରଫରୁ ସକାଳେ ଟୁଇଟ୍ କରାଯାଇଥିଲା ଯେ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଏବେ ଟୁଇଟରରେ ଆସିଯାଇଛନ୍ତି ।
ତେବେ ଟୁଇଟରରେ ଏଣ୍ଟ୍ରି ସହ ପ୍ରିୟଙ୍କାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ଟୁଇଟର ଆକାଉଂଟ୍ ଅନୁସାରେ, ପ୍ରିୟଙ୍କାଙ୍କ ଆକାଉଂଟ୍ ୧୦ ଫେବ୍ରୁଆରୀ ରାତି ୧୦. ୪୫ ରେ ହୋଇଥିଲା । କିନ୍ତୁ ସୋସିଆଲ୍ ମିଡିଆରେ ପ୍ରିୟଙ୍କାଙ୍କ ଲୋକପ୍ରିୟତା ଦେଖି ଲାଗୁଛି ଖୁବ୍ ଶୀଘ୍ର ସେ ଦେଇପାରନ୍ତି ମୋଦିଙ୍କୁ ମାତ୍ । ଜବରଦସ୍ତ ବଢିଚାଲିଛି ପ୍ରିୟଙ୍କାଙ୍କ ଫଲୋଅର୍ସଙ୍କ ସଂଖ୍ୟା । ଘଂଟା ପ୍ରତି ଫଲୋଅର୍ସଙ୍କ ସଂଖ୍ୟା ୧୦ ହଜାର ବଢିବାରେ ଲାଗିଛି ।
ନଜର ପକାନ୍ତୁ ପ୍ରିୟଙ୍କାଙ୍କ ଫଲୋଅର୍ସଙ୍କ ସଂଖ୍ୟା :
୧୧.୧୫ AM : ୧୫୧୭ ଫଲୋଅର୍ସ
୧୨.୧୪ PM : ୧୦ ହଜାର
୧୨.୩୧ PM : ୨୦ ହଜାର
୧୨. ୫୮ PM : ୩୦ ହଜାର
୦୧. ୩୫ PM : ୪୦ ହଜାର
୦୨.୧୫ PM : ୫୦ ହଜାର
୦୩.୦୦ PM : ୬୦ ହଜାର
୦୪.୦୦ PM : ୭୦ହଜାର