Below header

ଅଢେଇ ବର୍ଷ ଶିଶୁ ପୁତ୍ରର ଚିକିତ୍ସା ପାଇଁ ବାପା ମା’ଙ୍କ କରୁଣ ନିବେଦନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଯାଜପୁର କୋରେଇ ବ୍ଲକ୍ ତୁଳସୀ ପୁର ଗାଁର ବିଜୟ କୁମାର ମହାନ୍ତି ରୋଜଗାରର ଆଶା ନେଇ ଓଡିଶାରୁ ସୁଦୂର ବେଙ୍ଗାଲୁରୁକୁ ଆସିଥିଲେ । ସ୍ତ୍ରୀ ଓ ପୁଅକୁ ଧରି ବେଙ୍ଗାଲୁରୁରେ ଖୁବ୍ ଖୁସିରେ ଚଳୁଥିଲେ । ହେଲେ ପୁଅ ରୁଦ୍ର ମାତ୍ର ୫ମାସରେ ଅସୁସ୍ଥ ହୋଇପଡିଲା ।

ସନ୍ତାନ ଖୁସି ହେଲେ ବାପା ମା’ ଖୁସି ହୁଅନ୍ତି । ପ୍ରତ୍ୟେକ ବାପା ମା’ ଚାହାନ୍ତି ତାଙ୍କ ସନ୍ତାନ ସବୁବେଳେ ଭଲରେ ରହୁ । କିନ୍ତୁ ସମୟ ସବୁବେଳେ ଠିକ୍‌ ନଥାଏ । ବେଳେବେଳେ ପରିସ୍ଥିତି ସବୁ ଖୁସି ଛଡ଼ାଇ ନିଏ । ଆମେ ଏଭଳି କହିବାର କାରଣ ବିଜୟଙ୍କ ପୁଅକୁ ହୋଇଛି ବଡ଼ ରୋଗ । ବିଜୟଙ୍କ ପରିବାରର ସମସ୍ୟା ବିଷୟରେ ଜାଣିଲେ ଆପଣଙ୍କ ହୃଦୟ ବି ତରଳି ଯିବ । ବିଜୟଙ୍କ ପୁଅ ରୁଦ୍ରର ବୋନମ୍ୟାରୋରେ ହୋଇଛି ଥାଲେସିଆମେଜ ରୋଗ । ଅର୍ଥ ଅଭାବ ପାଇଁ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ବାପା ମା’ । ଉଭୟ ବାପା ମା’ କିଭଳି ନିଜ ସନ୍ତାନଙ୍କୁ ଭଲ କରିବେ ସେନେଇ ଚିନ୍ତାରେ ଅଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଚିକିତ୍ସା ପାଇଁ ୪୨ ଲକ୍ଷରୁ ବି ଅଧିକ ଟଙ୍କା ଆବଶ୍ୟକ । କଣ କରିବେ ଆଉ କିଭଳି ସନ୍ତାନକୁ ଭଲ କରିବେ ସେନେଇ ଦିନ ରାତି କଷ୍ଟ କରୁଛନ୍ତି ବାପା ମା’ । ତେବେ ଏଭଳି ଦୁଃଖଦ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି ।

ଯାଜପୁର କୋରେଇ ବ୍ଲକ୍ ତୁଳସୀ ପୁର ଗାଁର ବିଜୟ କୁମାର ମହାନ୍ତି ରୋଜଗାରର ଆଶା ନେଇ ଓଡିଶାରୁ ସୁଦୂର ବେଙ୍ଗାଲୁରୁକୁ ଆସିଥିଲେ । ସ୍ତ୍ରୀ ଓ ପୁଅକୁ ଧରି ବେଙ୍ଗାଲୁରୁରେ ଖୁବ୍ ଖୁସିରେ ଚଳୁଥିଲେ । ହେଲେ ପୁଅ ରୁଦ୍ର ମାତ୍ର ୫ମାସରେ ଅସୁସ୍ଥ ହୋଇପଡିଲା । ପୁଅକୁ କଟକ ଏସ.ସି.ବି.ରେ ଦେଖାଇବା ପରେ ଜଣା ପଡିଲା ଯେ ପୁଅର ମେରୁଦଣ୍ଡରେ ଥାଲେସିଆମେଜ ରୋଗ ହୋଇଛି । କଣ କରିବେ ବିଜୟ ଏପେଟେ ରୋଜଗାର ନାହିଁ । ପୁଅକୁ କିଭଳି ଭଲ କରିବେ ସେ ଚିନ୍ତା ଘାରୁଛି । ସେଥିପାଇଁ ସ୍ତ୍ରୀ ଚିନ୍ମୟୀ ଓ ପୁଅ ରୁଦ୍ରକୁ ସାଥିରେ ନେଇ ବେଙ୍ଗାଲୁରୁ ପଳାଇ ଆସିଲେ ବିଜୟ । ବେଙ୍ଗାଲୁରୁ ଆସି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଲେ । ଏବେ ସୁଦ୍ଧା ରୁଦ୍ର ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ଅପରେସନ ପାଇଁ ଆହୁରି ୪୩ ଲକ୍ଷ ଟଙ୍କା ଆବଶ୍ୟକ ।

ଡାକ୍ତର କହିଛନ୍ତି ଆଉ ୬ ମାସ ସମୟ ମଧ୍ୟରେ ଯଦି ପୁଅର ଅପରେସନ ନହୁଏ ତେବେ ପୁଅର ଜୀବନ ପ୍ରତି ବିପଦ ରହିଛି । ସରକାରଙ୍କ ଆର୍ଥିକ ସହାୟତା ଓ ନିଜ ଭିଟାମାଟି ବିକି କଷ୍ଟେ ମଷ୍ଟେ ୫ ଲକ୍ଷ ଯୋଗାଡ କରିସାରିଲେଣି ବିଜୟ କିନ୍ତୁ ଏବେ ବି ଆହୁରି ପାଖାପାଖି ୪୦ ଲକ୍ଷ ଟଙ୍କା ଆବଶ୍ୟକ । କେଉଁଠୁ ଏତେ ଟଙ୍କା ଆସିବ ସେନେଇ ଚିନ୍ତାରେ ସ୍ବାମୀ ସ୍ତ୍ରୀ । ଏଭଳି ବିପଦ ସମୟର ସାହାରା ପାଲଟିଛି ବେଙ୍ଗାଲୁରୁର ଜଗାକାଳିଆ ଟ୍ରଷ୍ଟ । ଟ୍ରଷ୍ଟ ର ସଦସ୍ୟମାନେ ଖବର ପାଇବା ପରେ ବିଜୟଙ୍କ ପାଖରେ ପହଞ୍ଚିଥିଲେ ଏବଂ କିଛି ଆର୍ଥିକ ସହାୟତା କରିବା ସହ ଅନ୍ୟମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

ବିଜୟଙ୍କ ଏଭଳି ପରିସ୍ଥିତିରେ ଯଦି ତାଙ୍କୁ କିଛି ସାହାଯ୍ୟ ମିଳନ୍ତା ତେବେ ତାଙ୍କ ପୁଅର ଚିକିତ୍ସା ସୁରୁଖୁରୁରେ ହୋଇପାରନ୍ତା । ଯଦି କୌଣସି ସହୃଦୟ ବ୍ୟକ୍ତି ବିଜୟଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବେ ତେବେ ତାଙ୍କର ଗୁଗଲ ପେ ଓ ଫୋନପେ ନମ୍ପର ହେଉଛି ୮୯୫୧୮୭୯୪୫୫ ଏବଂ ବିଜୟ କୁମାର ମହାନ୍ତିଙ୍କ ଆକାଉଣ୍ଟ ନମ୍ବର A/C- 50100406046601, IFSC code -HDFC0004118ରେ ମଧ୍ୟ ଆପଣମାନେ ଯଥା ସମ୍ଭବ ସାହାଯ୍ୟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.