Below header

ଖୁବଶୀଘ୍ର ହ୍ଵାଟସ୍ ଆପରେ ପାଇବେ UPI ପେମେଣ୍ଟ ସର୍ଟକଟ୍‌, ମିଳିବ QR କୋଡ୍ ସ୍କାନ୍ ଅପ୍ସନ୍‌

ହ୍ଵାଟସ୍ ଆପ୍ ବର୍ତ୍ତମାନ ଏକ ନୂଆ ଅପଡେଟ୍‌ ପାଇଁ ପ୍ରସ୍ତୁତ ହେଉଛି ଯାହା ପରେ UPI ପେମେଣ୍ଟ ପାଇଁ ଏକ ସର୍ଟକଟ୍ ମିଳିବ । ଏହି ସର୍ଟକଟ୍ ରେ QR କୋଡ୍ ଦେଖବାକୁ ମିଳିବ ।

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ଏକ ନୂଆ ଫିଚର ଉପରେ କାମ କରୁଛି । ହ୍ଵାଟସ୍ ଆପର UPI ପେମେଣ୍ଟ ବହୁ ବର୍ଷ ପୂର୍ବେ ଲଞ୍ଚ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଭାରତରେ ଲୋକପ୍ରିୟ ହୋଇପାରି ନାହିଁ । କିନ୍ତୁ ଏବେ ହ୍ଵାଟସ୍ ଆପ୍ ଏହାର ପେମେଣ୍ଟ ସର୍ଭିସକୁ ନେଇ ଜୋରସୋରରେ କାମ କରିବା ଆରମ୍ଭ କରିଛି ।

ହ୍ଵାଟସ୍ ଆପ୍ ବର୍ତ୍ତମାନ ଏକ ନୂଆ ଅପଡେଟ୍‌ ପାଇଁ ପ୍ରସ୍ତୁତ ହେଉଛି ଯାହା ପରେ UPI ପେମେଣ୍ଟ ପାଇଁ ଏକ ସର୍ଟକଟ୍ ମିଳିବ । ଏହି ସର୍ଟକଟ୍ ରେ QR କୋଡ୍ ଦେଖବାକୁ ମିଳିବ । ୟୁଜରମାନେ QR କୋଡ୍ ସ୍କାନ୍ କରି ପାରିବେ ଏବଂ ସିଧାସଳଖ QR କୋଡ୍ ଆଇକନ୍ ଉପରେ କ୍ଲିକ୍ କରି ପେମେଣ୍ଟ୍ କରିବାକୁ ସମର୍ଥ ହେବେ ।

ହ୍ଵାଟସ୍‌ ଆପର ଏହି ନୂଆ ଫିଚର ଆଣ୍ଡ୍ରଏଡର ବିଟା ଭର୍ସନ 2.24.7.3 ରେ ଦେଖିବାକୁ ମିଳିବ । ହ୍ଵାଟସ୍ ଆପ୍ ବିଟା ୟୁଜରମାନେ ସର୍ଟକଟ୍ ବଟନ୍ ରୁ QR କୋଡ୍ ସ୍କାନ୍ କରି ପେମେଣ୍ଟ କରିପାରିବେ । QR କୋଡ୍ ର ଏହି ସର୍ଟକଟ୍ ବଟନ୍ ବାମ ପାର୍ଶ୍ୱରେ ଥିବା କ୍ୟାମେରା ଆଇକନ୍ ପାଖରେ ଥିବା ଦେଖିବାକୁ ମିଳିବ ।

ହ୍ଵାଟସ୍ ଆପ୍ ବିଟା ୟୁଜରଙ୍କ ପାଇଁ ଏକ ନୂଆ ଅପଡେଟ୍‌ ଜାରି କରିଛି ଯାହା ପରେ ସେମାନେ ଷ୍ଟାଟସରେ ୧ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରିପାରୁଛନ୍ତି । ବର୍ତ୍ତମାନ ହ୍ଵାଟସ୍ ଆପ୍ ଷ୍ଟାଟସରେ କେବଳ ୩୦ ସେକେଣ୍ଡ୍ ଭିଡିଓ ଅପଲୋଡ୍ କରିବା ପାଇଁ ସୁବିଧା ରହିଛି କିନ୍ତୁ ନୂଆ ଅପଡେଟ୍ ପରେ ଏହା ୧ ମିନିଟ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.