ସ୍ୱାମୀ ଦେହରେ ସ୍ତ୍ରୀର ଲିଭର୍, ଏସିବିରୁ ଡିସଚାର୍ଜ ହେଲେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀ

ଏସିବିରେ ପ୍ରଥମ ଥର ପାଇଁ ସଫଳତାର ସହ ହୋଇଛି ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ। ସ୍ୱାମୀ ଦେହରେ ଲାଗିଛି ସ୍ତ୍ରୀର ଲିଭର୍ । କଟକ ତିଗିରିଆ ଅଞ୍ଚଳର ମାନସ ବାରିକଙ୍କ ଠାରେ ତାଙ୍କର ପତ୍ନୀ ରଶ୍ମିତା ବାରିକଙ୍କ ଠାରୁ ଲିଭର ଆଣାଯାଇ ଟ୍ରାନସପ୍ଲାଣ୍ଟ କରାଯାଇଥିଲା ।

କଟକ (କେନ୍ୟୁଜ) : ସେ ମୋ ଅର୍ଦ୍ଧାଙ୍ଗିନୀ, ହେଲେ ଅର୍ଦ୍ଧାଙ୍ଗିନୀ ରୁ ଆଜି ମୋ ମା ହୋଇ ଯାଇଛି । ପିଲା ପାଇଁ ମାଆ ଯେମିତି ଜୀବନ ଦେବାକୁ ପଛାଏ ନାହିଁ । ଆଜି ସେମିତି ମୋ ସ୍ତ୍ରୀ ତା ଲିଭର ଦେଇ ମୋ ଜୀବନ ବଞ୍ଚାଇଛି । ମୋ ସ୍ତ୍ରୀ ମୋତେ ଭାରି ଭଲ ପାଏ ସେଥିପାଇଁ ତ ସେ ମୋତେ ତା ଲିଭର ଦେଇ ମୋ ଜୀବନ ବଞ୍ଚାଇଛି ବୋଲି ଏମିତି କିଛି ଭାବବିହ୍ୱଳ ହୋଇ କହିଥିଲେ ଏସିବିରେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବ୍ୟକ୍ତି ମାନସ ବାରିକ। ମାନସଙ୍କ ଘର କଟକ ତିଗିରିଆ ମାନପୁର ଅଞ୍ଚଳରେ । ମାନସଙ୍କ ଲିଭର ଖରାପ ହେବା ପରେ ମାନସଙ୍କୁ ତାଙ୍କ ସ୍ତ୍ରୀ ରଶ୍ମିତା ସ୍ୱାମୀ ନିଜ ଲିଭର ଦାନ କରିଥିଲେ। ଆଉ ଏବେ ପତ୍ନୀଙ୍କ ଲିଭର ଲାଗିବା ପରେ ନୂଆ ଜୀବନ ପାଇଛନ୍ତି ମାନସ । ତେବେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ସାଧାରଣତଃ ୩୦ ରୁ ୪୦ ଲକ୍ଷ ଟଙ୍କା ଆବଶ୍ୟକ ପଡିଥାଏ । ହେଲେ ମାନସ ପେଷାରେ ଜଣେ ଡ୍ରାଇଭର । ତାଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ କରିବା ସମ୍ଭବପର ନୁହେଁ । ତେଣୁ ଏସିବିରେ ମାନସଙ୍କର ମାଗଣାରେ ଚିକିତ୍ସା କରାଯାଇ ମାନସଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଯାହାପରେ ନୂଆ ଜୀବନ ପାଇଛନ୍ତି ମାନସ । ତାଙ୍କ ପାଇଁ ଭଗବାନ ସାଜିଥିବା ଏସିବି ଓ AIG ର ଡାକ୍ତର ଓ କର୍ମଚାରୀ ମାନଙ୍କୁ ହୃଦୟରୁ ଧନ୍ୟବାଦ ଦେଇଥିଲେ ମାନସ ଓ ତାଙ୍କ ପତ୍ନୀ ରଶ୍ମିତା।

ଏସିବିରୁ ଡିସଚାର୍ଜ ହେଲେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବ୍ୟକ୍ତି ଓ ତାଙ୍କ ପତ୍ନୀ। ଏସିବିରେ ପ୍ରଥମ ଥର ପାଇଁ ସଫଳତାର ସହ ହୋଇଛି ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ। ସ୍ୱାମୀ ଦେହରେ ଲାଗିଛି ସ୍ତ୍ରୀର ଲିଭର୍ । କଟକ ତିଗିରିଆ ଅଞ୍ଚଳର ମାନସ ବାରିକଙ୍କ ଠାରେ ତାଙ୍କର ପତ୍ନୀ ରଶ୍ମିତା ବାରିକଙ୍କ ଠାରୁ ଲିଭର ଆଣାଯାଇ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ଏବେ ଉଭୟ ପତି ପତ୍ନୀ ସୁସ୍ଥ ହୋଇ ଏସିବି ରୁ ଡିସଚାର୍ଜ ହୋଇଛନ୍ତି । ସ୍ୱାମୀଙ୍କୁ ନିଜ ଲିଭର ଦେଇ ସିନ୍ଦୁରକୁ ବଞ୍ଚାଇ ପାରିଛନ୍ତି ଆଜି ଜଣେ ସ୍ତ୍ରୀ । ସାବିତ୍ରୀ ଭଳି ନିଜ ସ୍ୱାମୀର ଜୀବନ ରକ୍ଷା କରିଛନ୍ତି ରଶ୍ମିତା ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଇତିହାସ ରଚିଲା କଟକ ବଡ଼ ଡାକ୍ତରଖାନା।ଏଣିକି ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । କଟକ ବଡ଼ ଡାକ୍ତରଖାନାରେ ନିଃଶୁଳ୍କରେ ହେବ ଏହି ବ୍ୟୟ ବହୁଳ ଲିଭର ଟ୍ରାନ୍ସପ୍ଲାଣ୍ଟ। ଏଆଇଜିର ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତ ଭାବେ ଏହି ପ୍ରତିରୋପଣ ଅସ୍ତ୍ରୋପଚାର କରିଛନ୍ତି । ପ୍ରଥମଥର ପାଇଁ ଏଭଳି ଜଟିଳ ଅସ୍ତ୍ରାପଚାର ଏସିବି ମେଡ଼ିକାଲରେ କରାଯାଇ ପାରିଛି । ଆଗକୁ ଏଭଳି ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ ଏସିବିରେ। ଲିଭର ଟ୍ରାନ୍ସପ୍ଲାଣ୍ଟ ଜଟିଳ ହୋଇଥିବା ବେଳେ ସବୁ ବିଭାଗର ସମନ୍ୱୟ ଓ ସହଯୋଗ ଯୋଗୁଁ ଆଜି ଏହି ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇ ପାରିଛି । ୨୦୧୨ ରୁ କରାଯାଇଥିବା ପ୍ରଚେଷ୍ଟା ଆଜି ସଫଳତା ଆଣି ଦେଇଛି । ଏସିବି ଓ AIG ର ଉଭୟ ଡାକ୍ତର ଙ୍କ ସହଯୋଗ ଓ ଚେଷ୍ଟା ଫଳରେ ଆଜି ଏସିବି ପକ୍ଷରୁ ଏଭଳି ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ହୋଇପାରିଛି। ଭାରତ ବର୍ଷରେ ଏହି ବିରଳ ପ୍ରତିରୋପଣ ଚିକିତ୍ସା ଏବେ କଟକ ଏସିବିରେ ମାଗଣାରେ ମିଳୁ ଥିବାରୁ ରୋଗୀଙ୍କ ମନରେ ନୂଆ ଆଶା ସଂଚାର କରିଛି।

 

Leave A Reply

Your email address will not be published.