ଭାରତ କ୍ରିକେଟରଙ୍କ ‘ସେନା କ୍ୟାପ୍’ ପରେ ପାକିସ୍ତାନ ଖେଳାଳୀଙ୍କ ‘କଳା ବ୍ୟାଣ୍ଡ’ ଧମକ ..

ପୁଲୱାମା ଆକ୍ରମଣରେ ସହିଦ ପରିବାରଙ୍କୁ ସମ୍ମାନ ଜଣାଇବାକୁ ଯାଇ ସାରା ଦେଶର ନାଗରିକ ଯେପରି ନିଜ ନିଜ ପ୍ରକାରର ପ୍ରୟାସ କରି ଚାଲିଛନ୍ତି । ଏବେ ଏଥିରେ ସାମିଲ ହୋଇଥିଲେ ଭାରତୀୟ କ୍ରିକେଟ ଖେଳାଳିମାନେ । ଦେଶର ବୀର ଜବାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ଯାଇ ରାଞ୍ଚିରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସହ ଖେଳିବା ବେଳେ ଖେଳାଳିଙ୍କ ମଥାରେ ଥିଲା ସେନା କ୍ୟାପ୍ ପିନ୍ଧିଥିଲେ । ଆଉ ସହିଦ ଯବାନଙ୍କ ପରିବାରକୁ ଆଜି ଦିନର ମ୍ୟାଚ୍ ଫି ଦାନ କରିଥିଲେ । ଏଥିରେ ଖେଳାଳୀଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲା ବିସିସିଆଇ। ଯାହାକୁ ଏବେ ବିରୋଧ କରିଛନ୍ତି ପାକିସ୍ତାନୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ହୁସେନ୍।

ଭାରତୀୟ ଖେଳାଳିଙ୍କ ଜବାନଙ୍କୁ ସମ୍ମାନ ଜଣାଇବାକୁ ପ୍ରଣାଳୀକୁ ପାକିସ୍ତାନ ‘ରାଜନୀତିକରଣର’ ନାଁ ଦେଇଛି। ପାକିସ୍ତାନ ଏ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି)କୁ ଭାରତୀୟ କ୍ରିକେଟ ଖେଳାଳିମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିବା ସାମ୍ନାକୁ ଆସିଛି ।


ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ହୁସେନ୍ କହିଛନ୍ତି, ପାକିସ୍ତାନର କ୍ରିକେଟ ବୋର୍ଡ ଆଇସିସି ସହ ମିଶି ଭାରତ ବିରୋଧରେ ଆର୍ମି ଟୋପି ପିନ୍ଧିବା ନେଇ ଆନ୍ଦୋଳନ କରୁ। ଯଦି ଭାରତୀୟ ଟିମ୍ ଆର୍ମି ଟୋପି ପିନ୍ଧିବା ବନ୍ଦ ନ କରେ ତେବେ ପାକିସ୍ତାନ ଖେଳାଳିମାନେ ମଧ୍ୟ କଳା ବ୍ୟାଣ୍ଡ ପିନ୍ଧି ଖେଳିବା ଆରମ୍ଭ କରନ୍ତୁ। କଳା ବ୍ୟାଣ୍ଡ ଭାରତ ଅଧିକୃତ କଶ୍ମୀରବାସୀଙ୍କ ସହ ହେଉଥିବା ଅତ୍ୟାଚାରକୁ ତାଙ୍କୁ ମନେପକାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.