ହ୍ବାଟ୍ସଆପର ନୂଆ ଅପଡେଟରେ ଆସିଲା ଧମାକେଦାର ଫିଚର, କଣ ଆପଣଙ୍କୁ ମିଳିଲା କି ?

ନୂଆଦିଲ୍ଲୀ : ହ୍ବାଟ୍ସଆପ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରୁ ଏକ ନୂଆ ଫିଚର ଅପଡେଟ ଉଧାରରେ ଆଣିଛି। ଏହି ଅପଡେଟ ଦ୍ୱାରା ଇନଷ୍ଟାଣ୍ଟ ମେସେଜିଂ ଆପ୍ଳିକେସନରେଗ୍ରାହକଙ୍କୁ ଫଟୋ ପଠାଇବା ସମୟରେ ଆପଣଙ୍କୁ ଷ୍ଟିକର ଏବଂ ଇମୋଜି ଯୋଡିବାର ଅନୁମତି ରହିବ। ଏହି ଫିଚରର ନାମ ହ୍ବାଟ୍ସଆପ ଡୁଡୁଲ ଫିଚର ରହିଛି। ଏହି ଷ୍ଟିକର ଅପଡେଟ ଖୁବ ଶୀଘ୍ର ଉପଭୋକ୍ତାଙ୍କ ପାଇଁ ଲାଗୁ ହେବାକୁ ଯାଉଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ସୁବିଧା ପୂର୍ବରୁ ଆଇଫୋନ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଥିଲା।

whatsapp

ମିଡିଆ ରିପୋର୍ଟ ମୁତାବକ, ହ୍ବାଟ୍ସଆପ ଖୁବ ଶୀଘ୍ର ଆନଡ୍ରୋଏଡର ଡୁଡୁଲ ଫିଚରରେ ସୁଧାର କରିବ। ଯେଉଁଥିରେ ଆଇଓଏସ ଭଳି ଷ୍ଟିକର ଏବଂ ଇମୋଜି ସାମିଲ ରହିବ। ଏହି ଫିଚର ପୂର୍ବରୁ ସୋସିଆଲ ମିଡିଆ ପ୍ଳାଟଫର୍ମ ଇନଷ୍ଟାଗ୍ରାମରେ ଉପଲବ୍ଧ ରହିଥିଲା। ଏନେଇ ଗ୍ରାହକ ଷ୍ଟୋରୀ ପୋଷ୍ଟ କରିବା ସମୟରେ ସେଥିରେ ପରିସ୍ଥିତି ସମ୍ବନ୍ଧୀୟ ଷ୍ଟିକର ଏବଂ ଇମୋଜି ଯୋଡି ପାରୁଥିଲେ। ଏହା ଦ୍ୱାରା ଷ୍ଟିକରର ବ୍ୟବହାର ଗ୍ରାହକଙ୍କ ମଧ୍ୟରେ ବଢ଼ିବ ବୋଲି କୁହାଯାଇଛି ।

ନିଶ୍ଚିତ ପଢ଼ନ୍ତୁ: ମୋବାଇଲ ହଜିଲେ ମଧ୍ୟ ଏପରି ସୁରକ୍ଷିତ ରହିବ ହ୍ବାଟ୍ସଆପ ଆକାଉଣ୍ଟ ଏବଂ ଚାଟ୍‌

ତେବେ ଏହି ଅପଡେଟ ଆସିବା ପୂର୍ବରୁ ହ୍ବାଟ୍ସଆପ ଥାର୍ଡ ପାର୍ଟି କିବୋର୍ଡ ଆପ୍ଳିକେସନ ଦ୍ୱାରା ଷ୍ଟିକର ଫିଚରକୁ ଲାଗୁ କରିଥିଲା। ଗୁଗୁଲର ଜିବୋର୍ଡ ଫିଚର ଲାଗୁ କରିଥିବା ପ୍ରଥମ କିବୋର୍ଡ ଆପ ଅଟେ। ତେବେ ଏବେ ହ୍ଵାର୍ଟ୍ସଆପ ଏବଂ ଜିବୋଡ଼ ଉଦ୍ଭୟ ଭିନ୍ନ ଭିନ୍ନ ଷ୍ଟିକର ପ୍‌୍ୟାକ ଅଟେ। ଇଛୁକ ଗ୍ରାହକ ହ୍ବାଟ୍ସଆପର ଷ୍ଟିକର ପ୍ୟାକକୁ ଟ୍ୟାକ୍ସବାର ପାଖରେ ଇମୋଜି ବଟମ୍‌ ସହ ଏକ୍ସସ୍‌ କରିପାରିବେ। ଏହି ଷ୍ଟିକର ଆପ ଗ୍ରାହକଙ୍କୁ ଇମୋଜି ଏବଂ ଜିଆଇଏଫ୍‌ ବଟନ ମଧ୍ୟରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.