ହାଇକମାଣ୍ଡ ନୁହେଁ, ଚୌକିଦାରକୁ ଇସ୍ତଫା ପତ୍ର ଦେଲେ ବିଜେପି ନେତା

ଉତ୍ତରପ୍ରଦେଶ ବିଜେପି ରାଜ୍ୟ କାର୍ଯ୍ୟାଳୟ । ଏଠି ଦଳର ସଭାପତି ମୁଖ୍ୟ ନୁହନ୍ତି, ମୁଖ୍ୟ ହେଉଛନ୍ତି କାର୍ଯ୍ୟାଳୟର ଚୌକିଦାର । ଅବଶ୍ୟ ଚୌକିଦାରଙ୍କୁ ମୁଖ୍ୟ ମନେ କରି ଏଭଳି କିଛି କରିଛନ୍ତି ବଜେପି ନେତା ଅଂଶୁଳ ବର୍ମା । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଭଳି ଭାବେ ବିଜେପିର କର୍ମୀ ଓ ନେତାମାନେ ସୋସିଆଲ ମିଡିଆରେ ନିଜ ନାଁ ଆଗରେ ଚୌକିଦାର ଲେଖି ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି, ତାକୁ ନାପସନ୍ଦ କରିଛନ୍ତି ଅଂଶୁଳ । ବର୍ତ୍ତମାନ ନିର୍ବାଚନ ପରିପ୍ରେକ୍ଷୀରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଲୋକସଭା ଟିକେଟ କଟି ଯାଇଥିବାରୁ ଏଥିରେ ଅସନ୍ତୁଷ୍ଟ ହୋଇ ଇସ୍ତଫାପତ୍ର ଦେବା ପାଇଁ ଆସିଥିଲେ । ଯେହେତୁ ଦଳର ନିର୍ବାଚନୀ ନାରା ଚୌକିଦାର ରହିଛି । ତେଣୁ ସେ ବିଜେପି କାର୍ଯ୍ୟାଳୟର ଚୌକିଦାରଙ୍କୁ ମୁଖ୍ୟ ବୋଲି ମନେ କରି ନିଜ ଇସ୍ତଫାପତ୍ର ତାଙ୍କରି ହାତରେ ଧରାଇ ଦେଇଥିଲେ ।
ସୂଚନା ମୁତାବକ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶରେ ୬୦ ଜଣ ଲୋକସଭା ଆଶୟୀ ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିବା ବେଳେ ୧୬ ଜଣଙ୍କ ଟିକେଟ କଟାଯାଇଛି । ୪ ଜଣଙ୍କ ସ୍ଥାନ ପରିବର୍ତ୍ତନ ହୋଇଛି । କଟିଥିବା ୧୬ ଜଣଙ୍କ ଟିକେଟ ମଧ୍ୟର ଅଂଶୁଳ ବର୍ମାଙ୍କ ସମେତ ୫ଜଣ ଅନୁସୂଚିତ ଜାତିର ପ୍ରାର୍ଥୀ ଥିଲେ । ତେଣୁ ଅନସୁଚିତ ଜାତିଙ୍କ ପ୍ରତି ଏହା ଅପମାନ ହୋଇଥିବାର ଅଭିଯୋଗ ଆଣି ଦଳ ଛାଡିଛନ୍ତି ଅଂଶୁଳ ବର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.