ଅଧିକାଂଶ ଲୋକ ଏମ୍ପଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ଏବଂ ପବ୍ଳିକ୍ ପ୍ରୋଭିଡେଣ୍ଟ ଫଣ୍ଡ(PPF) ବିଷୟରେ ଜାଣିଥିବେ। ହେଲେ କେବେ ଭଲ୍ଯୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡ (VPF) ବିଷୟରେ ଶୁଣିଛନ୍ତି। ଆପଣ ଜାଣିଛନ୍ତି ଅନ୍ୟ କୌଣସି ଫଣ୍ଡ ଅପେକ୍ଷା ଭିପିଏଫରେ ଅଧିକ ଲାଭ ମିଳିଥାଏ। କାରଣ ଇପିଏଫରେ କର୍ମଚାରୀଙ୍କ ବେସିକ ଦରମାର ମାତ୍ର ୧୨ପ୍ରତିଶତ ବ୍ୟବହାର କରାଯାଇଥାଏ କିନ୍ତୁ ଭିପିଏଫରେ ଏନେଇ କୌଣସି ସୀମା ନିର୍ଦ୍ଦାରିତ ନଥାଏ। ସେହିପରି ପିପିଏଫରେ ୮ପ୍ରତିଶତ ସୁଧ ମିଳିଥିବା ବେଳେ ବିପିଏଫରେ ୮.୬୫ ପ୍ରତିଶତ ମିଳିଥାଏ।
କିଏ ଖୋଲି ପାରିବ ବିପିଏଫ ଆକାଉଣ୍ଟ
-ଏହା ଇପିଏଫର ଏକ୍ସଣ୍ଟେସନ ଅଟେ। ଏହାର କାରଣ କେବଳ ଚାକିରୀ କରୁଥିବା କର୍ମଚାରୀ ଖୋଲି ପାରିବେ। ଅଂସଙ୍ଗଠିତ କ୍ଷେତ୍ରରେ ଚାକିରୀ କରୁଥିବା ବ୍ୟକ୍ତି ଏହାର ଫାଇଦା ଉଠାଇ ପାରିବେ ନାହିଁ।
-ବିପିଏଫରେ ସଂପୂର୍ଣ୍ଣ ଦରମା ଏବଂ ଡିଏର ନିବେଶ କରିପାରିବେ। ତେବେ ଏହାର ସୁଧ ଦର ସରକାରଙ୍କ ଆର୍ଥିକ ବର୍ଷ ଉପରେ ନିର୍ଧାରିତ ରହିଥାଏ। ଏବେ ଏଥିରେ ବାର୍ଷିକ ୮.୬୫ ପ୍ରତିଶତ ସୁଧ ଦିଆଯାଉଛି।
କିପରି ଖୋଲିବେ ଆକାଉଣ୍ଟ
ଏହି ଆକାଉଣ୍ଟକୁ ଖୋଲିବା ଖୁବ ସହଜ। ଏଥିପାଇଁ ଆପଣଙ୍କୁ ନିଜ କମ୍ପାନୀର ଏଚଆର ଅଥବା ଫାଇନାନ୍ସ ଟିସ ସହ ସଂପର୍କ କରିବାକୁ ପଡିବା ଏବଂ ତାଙ୍କୁ ବିପିଏଫରେ କଣ୍ଟ୍ରିବ୍ୟୁସନ ପାଇଁ ଅନୁରୋଧ କରିବାକୁ ପଡିବ। ଏହା ପ୍ରୋସେସ ହେବା ପରେ ଆପଣଙ୍କ ଇପିଏଫ ଆକାଉଣ୍ଟ ବିପିଏଫ ଆକାଉଣ୍ଟ ସହ ଯୋଡି ହୋଇଯିବ। ବିପିଏଫ ପାଇଁ କୌଣସି ଭିନ୍ନ ଆକାଉଣ୍ଟ ଖୋଲିବାକୁ ପଡିବ ନାହିଁ।
କଣ ରହିଛି ଏହାର ଫାଇଦା
-ଏହି ସ୍କିମଟି ସରକାରଙ୍କର ଅଟେ। ଏଣୁ ଏହା ସୁରକ୍ଷିତ ରହିବା ସହ ଅଧିକ ସୁଧ ମଧ୍ୟ ମିଳିଥାଏ।
-ଏଥିରେ ମିଳିଥିବା ଟଙ୍କାରେ କୌଣସି ଟ୍ୟକ୍ସ ଦେବାକୁ ପଡିନଥାଏ। ଏଣୁ ଆପଣ ଶତପ୍ରତିଶତ କଣ୍ଟ୍ରିବ୍ୟୁସନ ଏଥିରେ କରିପାରିବେ।
-ଚାକିରୀ ପରିବର୍ତ୍ତନ କରିବା ଦ୍ବାରା ଏହି ଆକାଉଣ୍ଟକୁ ଟ୍ରାନ୍ସଫର କରିବା ମଧ୍ୟ ଖୁବ ସହଜ। ଏଥିରେ ଆପଣ ଆବଶ୍ୟକୀୟ ଲୋନ ମଧ୍ୟ ନେଇପାରିବେ।
୯ ବର୍ଷ ମଧ୍ୟରେ ଟଙ୍କା ହେବ ଡବଲ
ଫାଇନାନ୍ସର ନିୟମ ଅନଯାୟୀ, ଏଥିରେ ଟଙ୍କା ନିବେଶ କରିବା ଦ୍ବାରା ତାହା ୯ ବର୍ଷ ମଧ୍ୟରେ ଡବଲ ହୋଇଥାଏ। ବିପିଏଫରେ ଏବେ ୮.୬୫ ପ୍ରତିଶତ ସୁଧ ମିଳୁଛି।