ନିଆରା ମଣିଷ ଅଚ୍ୟୁତ ସାମନ୍ତ : ଗରିବ, ଅନାଥ, ନିଷ୍ପେସିତ ଓ ସର୍ବହରାଙ୍କ ପାଇଁ ପାଲଟିଛନ୍ତି ଦେବଦୂତ

କନ୍ଧମାଳରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖରେ ହେବ ମତଦାନ । କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମନୋଜ ଆଚାର୍ଯ୍ୟ ଓ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି । ସବୁ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଜନମତ ଲୋଡୁଥିବା ବେଳେ ଡ. ସାମନ୍ତ ଜଣେ ନିଆରା ମଣିଷ ଭାବେ ନିର୍ବାଚନ ମଣ୍ଡଳୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିର୍ବାଚନ ସତ୍ୟପାଠରେ ତାଙ୍କର ସମ୍ପତ୍ତି ୧୧ ଲକ୍ଷ ଟଙ୍କାରୁ ବି କମ୍‌। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୦ ଲକ୍ଷ ୫୪ ହଜାର ଟଙ୍କା ବୋଲି ସତ୍ୟପାଠରେ ସେ ଉଲ୍ଲେଖ କରିଛନ୍ତି ।

ଶିକ୍ଷାବିତ୍‌, ସମାଜସେବୀ ଓ ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱିତା । ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ଡ. ସାମନ୍ତ ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି । ଦୀର୍ଘ ୩୦ବର୍ଷ ଧରି କିସ୍‌ ଭଳି ଶିକ୍ଷାନୁଷ୍ଠାନରେ ରାଜ୍ୟର ହଜାର ହଜାର ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ ଖାଇବା, ରହିବା ଓ ପାଠ ପଢ଼ିବାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । କେବଳ ସେତିକି ନୁହେଁ ଗରିବ, ଅନାଥ, ନିଷ୍ପେସିତ ଓ ସର୍ବହରାଙ୍କ ପାଇଁ ସେ ପାଲଟିଛନ୍ତି ଦେବଦୂତ । ବିଭିନ୍ନ ସମୟରେ ଏମାନଙ୍କୁ ସାହାଯ୍ୟ କରିବା ସହିତ ଅନେକଙ୍କୁ ବଞ୍ଚିବା ପାଇଁ ରାହା ଦେଇଛନ୍ତି । ନିଜର ବ୍ୟକ୍ତିଗତ ସମ୍ପତ୍ତି ବିଶେଷ ନଥିଲେ ସୁଦ୍ଧା ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠାକୁ ପାଥେୟକରି ନିରବଚ୍ଛିନ୍ନ ଭାବେ ସେ କରିଆସିଛନ୍ତି ଜନସେବା। କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାପରେ ସେ କହିଛନ୍ତି କନ୍ଧମାଳ ସେ ରାଜନୀତି କରିବା ପାଇଁ ନୁହେଁ ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ।

କନ୍ଧମାଳରେ ଦ୍ୱିତୀୟ ପର୍ଯ୍ୟାୟରେ ହେବ ମତଦାନ । ଆଉ ଦିନକ ପରେ ମତଦାନ । ତାଙ୍କ ବିପକ୍ଷରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ମନୋଜ ଆଚାର୍ଯ୍ୟ ଓ ବିଜେପିର ଖାରବେଳ ସ୍ୱାଇଁ । ରାଜ୍ୟରେ ପ୍ରାର୍ଥୀମାନେ ନିଜ ନିଜ ସମ୍ପତି ତାଲିକା ପ୍ରକାଶ କରିଥିବା ବେଳେ ଡ. ସାମନ୍ତଙ୍କ ସମ୍ପତ୍ତି ତାଲିକା ଦେଖିଲେ ଆଶ୍ଚର‌୍ୟ୍ୟ ହେବାକୁ ପଡ଼େ । ସତ୍ୟପାଠରେ ଡକ୍ଟର ସାମନଙ୍କ ପାଖରେ ୨ ଲକ୍ଷ ୮୮ ହଜାର ବ୍ୟାଙ୍କ ଜମା ଥିବା ବେଳେ ନଗଦ ୨୦ ହଜାର ୫ଶହ ଟଙ୍କା ରହିଥିବା ଜଣା ପଡ଼ିଛି। ଏହା ବ୍ୟତୀତ ତାଙ୍କ ନାଁରେ ୫ ଲକ୍ଷ ୪୦ ହଜାର ଓ ୧ ଲକ୍ଷ ୬୦ ହଜାର ଟଙ୍କାର ଦୁଇଟି ଜୀବନ ବିମା ପଲିସି ରହିଛି। ଆହ୍ଲାବାଦ ବ୍ୟାଙ୍କରେ ୪୪ ହଜାର ୭୬୦ ଟଙ୍କା ଥିବା ଡକ୍ଟର ସାମନ୍ତ ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କର ୩୧୦ ଡେସିମିଲ୍‌ ଚାଷ ଜମି ରହିଛି। ଯାହାର ଆନୁମାନିକ ମୂଲ୍ୟ ୯୩ ହଜାର ଟଙ୍କା। ଡକ୍ଟର ସାମନ୍ତଙ୍କ ନିକଟରେ କୌଣସି ସୁନା ଗହଣା କିମ୍ବା ନିଜସ୍ୱ ଗାଡ଼ିମୋଟର ନାହିଁ। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୦ ଲକ୍ଷ ୫୪ ହଜାର ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସବୁବେଳେ ନିଜର ରୋଜଗାର ଜନସେବାରେ ଉତ୍ସର୍ଗ କରୁଥିବା ଏହି ନିଆରା ମଣିଷ ରହିବି ନିସ୍ୱ ସେବିବି ବିଶ୍ୱ ଦର୍ଶନ ଗ୍ରହଣ କରିବା ସହ ତାଙ୍କ ମାଆଙ୍କ ଉପଦେଶ- ଥିଲି କଣ, ହେଲି କଣ, ହେବି କଣରେ ବିଶ୍ୱାସ ରଖି ଆଗକୁ ବଢ଼ି ଚାଲିଛନ୍ତି । ବାସ୍ତବରେ ତାଙ୍କ ଆଚରଣ ଓ ଉଚ୍ଚାରଣରେ ସମାନତା ପାଇଁ ସେ ଜନଗଣଙ୍କ ମନ ଜିଣିପାରିଛନ୍ତି ।

Leave A Reply

Your email address will not be published.