କେ ନ୍ୟୁଜ୍: ଫନି କ୍ଷତିଗ୍ରସ୍ତ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରପଡା ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଖୋଲା ରହିବ ସରକାରୀ ଅଫିସ । ଶନିବାର ଓ ରବିବାର ସ୍ୱଭାବିକ ଭାବେ ସରକାରୀ କାର୍ଯ୍ୟାଳୟରେ କାମ ହେବ । ଦ୍ୱିତୀୟ ଶନିବାର ଓ ରବିବାର ଛୁଟିକୁ ବାତିଲ କରାଯାଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ଏହି ୫ ଜିଲ୍ଲାରେ ରିଲିଫ ଓ ପୁନଃଉଦ୍ଧାର କାମକୁ ତ୍ୱରାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସରକାରୀ ଅଫିସରେ ଆଜି ଓ କାଲି ସ୍ୱଭାବିକ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାରେ ପୁରୀ ଓ ଖୋର୍ଦ୍ଧା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ମଧ୍ୟ ପ୍ରଭାବିତ ହୋଇଛି ।