କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀ କରିବେ ଏହି କାମ, ଭିଡିଓରେ କହିଲେ ଅବସର ପରର ପ୍ଳାନ୍ ସମ୍ପର୍କରେ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପ୍ଟନ୍ ମହେନ୍ଦ୍ର ସିଂ ଧୋନୀ ଏକ ଭିଡିଓ ମାଧ୍ୟମରେ ନିଜ ରିଟାୟମେଣ୍ଟ ପରର ପ୍ଳାନ ବିଷୟରେ ଘୋଷଣା କରିଛନ୍ତି । କ୍ରିକେଟକୁ ବିଦାୟ କରିବା ପରେ ସେ ନିଜର ଏହି ସୌକକୁ ପୁରା କରିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଏହି ଦିଗଜ୍ଜ କ୍ରିକେଟରଙ୍କ ସନ୍ୟାସ ନେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

dhoniଆଇସିସି ବିଶ୍ବ କପ୍ ପରେ ସନ୍ୟାସ ନେବାର ସମ୍ଭାବନା କୁ ନେଇ ଚର୍ଚ୍ଚା ମଝିରେ ଧୋନୀ ନିଜର କିଛି ପେଣ୍ଟିଙ୍ଗର ପ୍ରଦର୍ଶନୀ କରିଛନ୍ତି । ପିଲାଦିନର ନିଜର ସ୍ବପ୍ନକୁ ପୂରା କରିବା ପାଇଁ ସେ କହିଛନ୍ତି କି ସେ ଚିତ୍ରକାର ହେବାକୁ ଚାହୁଁଛନ୍ତି । ଏକ ଭିଡିଓରେ ସେ କହିଛନ୍ତି କି, ମୁଁ ଆପଣ ସମସ୍ତଙ୍କୁ ଏକ ଗୋପନୀୟ କଥା କରିବାକୁ ଚାହୁଁଛି । ପିଲାଦିନରୁ ହି ମୁଁ ଏକ ଚିତ୍ରକାର ହେବାକୁ ଚାହୁଁଥିଲି । ମୁଁ ବହୁତ କ୍ରିକେଟ ଖେଳିଦେଲି ଏବେ ସେହି ସମୟ ଆସିଯାଇଛି ଯାହା ମୁଁ କରିବାକୁ ଚାହୁଁଥିଲି । ଏଥିପାଇଁ ମୁଁ କିଛି ପେଣ୍ଟିଙ୍ଗ ପ୍ରସ୍ତୁତ କରିଛି ।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Bollywood Hungama🎥 (@realbollywoodhungama) on

ତାଙ୍କର ପ୍ରଥମ ପେଣ୍ଟିଙ୍ଗ ପ୍ରାକୃତିକ ଦୃଶ୍ୟର ଅଟେ । ସେ ଏହାକୁ ଦେଖି କହିଛନ୍ତି କି ସେ ପ୍ରକୃତିକୁ ବହୁତ ପସନ୍ଦ କରନ୍ତି ।

1stଦ୍ବିତୀୟ ପେଣ୍ଟିଙ୍ଗ ବିଷୟରେ ସେ କହିଛନ୍ତି କି, ଏହା ଏପରି ଅଟେ ଯାହା ଭବିଷ୍ୟତରେ ପରିବହନର ସାଧନ ହୋଇପାରେ ।

2ndଧୋନୀ ନିଜର ତୃତୀୟ ପେଣ୍ଟିଙ୍ଗକୁ ନିଜର ଅତି ପସନ୍ଦ ବୋଲି କହିଛନ୍ତି। ସେ କହିଛନ୍ତି କି, ଏହା ତାଙ୍କର ପ୍ରତିଛବି ଅଟେ । ଯେଉଁଥିରେ ସେ ଆଇପିଏଲ୍ ରେ ଚେନ୍ନାଇ ସୁପରକିଙ୍ଗର ଜର୍ସିରେ ଖେଳୁଥିବାର ନଜର ଆସୁଛନ୍ତି ।

3rdସେ କହିଛନ୍ତି ସେ ଶିଘ୍ର ନିଜ ଚିତ୍ରକୁ ପ୍ରଦର୍ଶନୀରେ ଲଗାଇବେ । ସେ ଏହି ସମ୍ବନ୍ଧରେ ନିଜ ପ୍ରଶଂସକଙ୍କୁ ଉପଦେଶ ମାଗିଛନ୍ତି ।
ତେବେ ଭାରତର ଟି-୨୦ ଏବଂ ୱାନ ଡେ ବିଶ୍ବ କପ୍ ବିଜେତା ଟିମର କ୍ୟାପଟେନ୍ ରହିଥିବା ୩୭ ବର୍ଷିୟ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ମହାକୁମ୍ଭରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ତାଙ୍କର ଅନ୍ତିମ ବିଶ୍ବ କପ୍ ହୋଇପାରେ ।

Leave A Reply

Your email address will not be published.