ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଭିତର ଚନ୍ଦନ ଯାତ୍ରା ଶୁଭାରମ୍ଭ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ଜୋରସୋରରେ ଚାଲିଛି ଚକ ନିର୍ମାଣ। ସେପଟେ ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ ।

rathaଜ୍ୟେଷ୍ଠ କୃଷ୍ଠ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀ ତିଥିମାନଙ୍କରେ ଶ୍ରୀମନ୍ଦିରସ୍ଥ ଜଳକ୍ରୀଡା ମଣ୍ଡଳରେ ଠାକୁରମାନଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହେବ । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡା ମଣ୍ଡପକୁ ବିଜେ ହେବେ । ଭିତର ଚନ୍ଦନଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବିଧି ରହିଛି । ସୋମବାର ମହାପ୍ରଭୂଙ୍କ ବାହାର ଚନ୍ଦନଯାତ୍ରାରେ ଶେଷ ପର୍ବ ହଳଦି ପାଣି ଉତ୍ସବ ଅନୁଷ୍ଠିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.