ଆଜି ଏଭରେଷ୍ଟରୁ ତଳକୁ ଆସିପାରେ କଳ୍ପନା ଦାସଙ୍କ ମୃତଦେହ

କେନ୍ୟୁଜ୍ : ଏଭରେଷ୍ଟ ଆରୋହଣ ବେଳେ ପ୍ରାଣ ହରାଇଥିବା ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଆଣିବାକୁ ଉଦ୍ୟମ ଜାରି ରହିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ବେଶ କ୍ୟାମ୍ପ-୨ କୁ ଆସିପାରେ କଳ୍ପନା ଦାସଙ୍କ ମୃତଦେହ । ତାଙ୍କ ପାର୍ଥିବ ଶରୀରକୁ ଆଣିବା ପାଇଁ ୬ ଜଣ ସେରପା ଯାଇଥିବା ବେଳେ ଆଉ ୪ ଜଣ ସେରପା ବେସ୍‌ କ୍ୟାମ୍ପ-୨ ପର୍ଯ୍ୟନ୍ତ ଦଉଡି ବାନ୍ଧିବା କାର୍ଯ୍ୟରେ ଲାଗିଛନ୍ତି । ଦଉଡି ଜରିଆରେ ମୃତ ଶରୀରକୁ ସ୍ଳାଇଡିଂ କରି ବେଶ କ୍ୟାମ୍ପ-୨କୁ ଅଣାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ହେଲିକପ୍ଟର ପ୍ରସ୍ତୁତ କରି ରଖାଯାଇଛି ।

kalpana-dashଆଜି ସନ୍ଧ୍ୟା ସୁଧା ମୃତଶରୀର ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଲୁକଲା ଅଣାଯିବ । ପରେ କାଠମାଣ୍ଡୁ ମେଡିକାଲରେ କଳ୍ପନାଙ୍କ ପୋଷ୍ଟମଟମ ପରେ ଓଡ଼ିଶାରୁ ଯାଇଥିବା ୩ ଜଣିଆ ଟିମ୍‌କୁ ହସ୍ତାନ୍ତର କରାଯିବ । ବୁଧବାର ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ ତାଙ୍କର ପରଲୋକ ହୋଇଥିଲା । ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଫେରିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୯ ବର୍ଷ ହୋଇଥିଲା । ଢେଙ୍କାନାଳରେ ଜନ୍ମିତ କଳ୍ପନା ଦାସ ୨୦୦୮ ମେ ୩୧ରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.