କାନପୁର : ହ୍ୟାଲେଟ ହସପିଟାଲରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଜାଣିଲା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ। ପୁଅର ଚିକିତ୍ସା ପାଇଁ ଜଣେ ବୁଢ଼ା ବାପାଙ୍କର ସାହସକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ। ଏହାକୁ ଜାଣିଲା ପରେ ସମସ୍ତେ ଏହି ମାମଲାକୁ ନେଇ ହସପିଟାଲ ପ୍ରଶାସନକୁ ଦାୟୀ କରୁଥିବାର ନଜର ଆସିଥିଲା।
କାନପୁର ହ୍ୟାଲେଟରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ହ୍ବିଲ ଚେୟାର ଏବଂ ଷ୍ଟ୍ରେଚର ପାଇଁ ବ୍ୟବସ୍ଥା ନଥିଲା। ଜଣେ ବ୍ୟକ୍ତି ରାବତପୁରରୁ ପୁଅର ଚିକିତ୍ସା ପାଇଁ ଓପିଡି ଆସିଥିଲେ। କିନ୍ତୁ ତାଙ୍କୁ ଷ୍ଟ୍ରେଚର ମିଳିନଥିଲା। ଅପେକ୍ଷା ପରେ ମଧ୍ୟ କୌଣସି ବ୍ୟବସ୍ଥା ହୋଇପାରି ନଥିଲା।
ପରେ ପୁଅକୁ ପିଠିରେ ଲଦି ଇଆଡେ ସିଆଡେ ଯାଞ୍ଚ ପାଇଁ ବୁଲିଲେ। ଏହି ହସପିଟାଲ ବେଡ ମାମଳରେ ଏସିଆର ସବୁଠାରୁ ବଡ ହସପିଟାଲ ଅଟେ କିନ୍ତୁ ଏଠାକାର ଅବ୍ୟବସ୍ଥା ପ୍ରାୟ ସମୟରେ ନଜର ଆସୁଛି।
ଏଠାକୁ ଆସୁଥିବା ରୋଗୀ କହିଛନ୍ତି ଯେ ପୂର୍ବରୁ ଷ୍ଟ୍ରେଚରକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ହୃଦୟକୁ ତରଳାଇଦେବା ଭଳି ଏହି ଫଟୋକୁ ଦେଖି ଲୋକମାନେ ଭାବବିହ୍ବଳ ହୋଇପଡିଲେ।