ପୁଣି ଥରେ ସଲମାନଙ୍କ ସାହାରା ଲୋଡିଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି ?

ମୁମ୍ବାଇ : ବଲିଉଡର ଭାଇଜାନ୍ ସଲମାନ ଖାନ ଏବଂ ତାଙ୍କ ପୂର୍ବ ପ୍ରେମିକା କ୍ୟାଟ୍ରିନାଙ୍କ ସଂପର୍କରେ ଯେତେ ତିକ୍ତତା ରହିଥିଲେ ମଧ୍ୟ ଅସୁବିଧା ସମୟରେ ଦୁହେଁ ପରସ୍ପର ସହ ଠିଆ ହୋଇଥିବା ନଜର ଆସିଥାନ୍ତି। ଦେଖିବାକୁ ଗଲେ ଦବଙ୍ଗ ଖାନ ଆଜି ମଧ୍ୟ କ୍ୟାଟ୍ରିନାଙ୍କୁ ନେଇ ଖୁବ ପ୍ରୋଟେକ୍ଟିଭ୍। ଏମିତିରେ ଏବେ ପୁଣିଥରେ ଅସୁବିଧା ସମୟରେ କ୍ୟାଟ୍ରିନାଙ୍କୁ ସହାଯ୍ୟର ହାତ ବଢ଼ାଇଛନ୍ତି ସଲମାନ।

kat-and-salman

ସୂଚନା ଅନୁଯାୟୀ, କ୍ୟାଟ୍ରିନା ଏବଂ ସଲମାନଙ୍କ ଆଗାମୀ ଫିଲ୍ମ ଭାରତର ପ୍ରୋମସନ ପାଇଁ ଦୁହିଁଙ୍କୁ ଏକ ଇଭେଣ୍ଟରେ ସାମିଲ ହେବାକୁ ଥିଲା। କିନ୍ତୁ ଏହି ସମୟରେ କ୍ୟାଟ୍ରିନାଙ୍କ ଟିମ୍ ଠିକ୍ ସମୟରେ ପହଞ୍ଚିପାରିନଥିବା ବେଳେ ତାଙ୍କର ମେକଅପ ଅଧା ରହିଯାଇଥିଲା। ସଲମାନଙ୍କୁ ଯେତେବେଳେ ଏହାର ଖବର ଜଣାପଡିଥିଲା ସେ ତାଙ୍କ ପର୍ସନାଲ ମେକଅପ୍ ପର୍ସନଙ୍କୁ କ୍ୟାଟ୍ରିନାଙ୍କ ପାଖକୁ ପଠାଇଥିଲେ। ଯାହାଫଳରେ ସେ ଠିକ ସମୟରେ ପ୍ରସ୍ତୁତ ହୋଇପାରିଥିଲେ। ଏହି ଘଟଣାରୁ ଜଣାପଡିଛି କି ଆଜି ମଧ୍ୟ କ୍ୟାଟ୍ରିନାଙ୍କ ପାଇଁ ସଲମାନଙ୍କ ମନରେ ଏକ ସପ୍ଟ କର୍ଣ୍ଣର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.