ବିକ୍ରି କରିବାକୁ ଯାଉଛନ୍ତି କି ସ୍ମାର୍ଟଫୋନ ? ଫର୍ମାଟ ନୁହେଁ Erase କରନ୍ତୁ ଡାଟା

ଯଦି ଆପଣ ନିଜର ସ୍ମାର୍ଟଫୋନ କିମ୍ବା ହାର୍ଡ ଡିସ୍କ ବିକ୍ରି କରୁଛନ୍ତି ତେବେ ନିଶ୍ଚିନ୍ତ ହୋଇଯାନ୍ତୁ ଯେ ଫୋନର ପୂରା ଡାଟା ଭଲଭାବରେ ଯାଇଛି ନା ନାହିଁ। ଜରୁରୀ ଅଟେ ଯେ ଏହାକୁ ଭଲ ସଫ୍ଟୱେୟାର ଦ୍ବାରା Erase କରାଯିବା ଦରକାର। ଯାହାଦ୍ବାରା କୌଣସି ହ୍ୟାକର କିମ୍ବା ସାଇବର କ୍ରିମିନାଲଙ୍କ ହାତରେ ଆପଣଙ୍କ ସମ୍ବେଦନଶୀଳ ଡାଟା ନ ଲାଗୁ। ଏକ ଷ୍ଟଡି ଅନୁଯାୟୀ ସେକେଣ୍ଡ ହ୍ୟାଣ୍ଡ ସାଇଟ୍ସ ଉପରେ ଉପଲବ୍ଧ ଥିବା ଅଧିକାଂଶ ହାର୍ଡ ଡିସ୍କରେ ମଧ୍ୟ ଗୋପନୀୟ ଡାଟା ରହିଥାଏ।

eraseଷ୍ଟଡିରେ କୁହାଯାଇଛି ଯେ ଭାରତରେ ଅଧିକାଂଶ ୟୁଜରଙ୍କୁ ଏହା ଜଣାନାହିଁ ଯେ ମୋବାଇଲ ଏବଂ ହାର୍ଡ ଡ୍ରାଇଭ ଦ୍ବାରା ଡାଟାକୁ ରିକଭରୀ କରାଯାଇପାରିବ। ଏଥିପାଇଁ ଡିଭାଇସକୁ କେବଳ ଫର୍ମାଟ କରି ଛାଡି ଦିଅନ୍ତି।

smartphoneଏହି ଅଧ୍ୟୟନ ପାଇଁ ସେକେଣ୍ଡ ହ୍ୟାଣ୍ଡ ପ୍ରୋଡକ୍ଟସ ବିକ୍ରି କରୁଥିବା ଅନେକ ଅନଲାଇନ ପ୍ଲାଟଫର୍ମ ଉପରେ ଥିବା ହାର୍ଡ ଡିସ୍କକୁ କିଣା ଯାଇଥିଲା। ଯେଉଁ ନମୁନା ସଗ୍ରହ କରାଯାଇଛି ସେଥିରେ ୧୦୦ ପ୍ରତିଶତ ଡାଟା ସମ୍ବେଦନଶୀଳ ମିଳିଥିଲା। ବିଣେଶଷଜ୍ଞମାନେ ପାଇଲେ ଯେ ଯେଉଁ ସବୁ ସେକେଣ୍ଡ ହ୍ୟାଣ୍ଡ ଡିଭାଇସ ଅଣାଯାଇଥିଲା ସେଥିରେ କେବଳ ଫର୍ମାଟ କରାଯାଇଥିଲା, ନା ଠିକ ଭାବରେ ଇରେଜ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.