ବିଶ୍ୱକପରୁ ଶିଖର ଧଓ୍ଵନ ଆଉଟ୍, ରୁଷଭ ପନ୍ଥ ଇନ୍। ଆହତ କାରଣରୁ ପୂରା ବିଶ୍ୱକପରୁ ବାଦ ପଡ଼ିଲେ ଟିମ୍ ଇଣ୍ଡିଆର ବିସ୍ଫୋରକ ଓପନର ଶିଖର ଧଓ୍ଵନ। ସେ ଭାରତ ଫେରିବେ। ପୂର୍ବରୁ ଇଂଲଣ୍ଡରେ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ଅଛନ୍ତି ରୁଷଭ ପନ୍ଥ। ଏବେ ଶିଖରଙ୍କ ସ୍ଥାନରେ ରୁଷଭଙ୍କୁ ଟିମରେ ସାମିଲ କରିବା ପାଇଁ ଆଇସିସିକୁ ଚିଠି ଲେଖିଛି ବିସିସିଆଇ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବା ବେଳେ ଆହତ ହୋଇଥିଲେ ଶିଖର ଧଓ୍ଵନ। ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତଥାପି ସେ ଶତକ ହାସଲ କରିଥିଲେ।
ଏହାପରେ ଧଓ୍ଵନଙ୍କୁ ତିନି ସପ୍ତାହ ପାଇଁ ବିଶ୍ରାମ ଦିଆଯାଇଥିଲା। ତାଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ଶେଷରେ ଶିଖରଙ୍କ ସୁସ୍ଥତା ଆଶା ମଉଳିବା ପରେ ତାଙ୍କ ସ୍ଥାନରେ ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ୍ ରୁଷଭ ପନ୍ଥଙ୍କୁ ସାମିଲ କରିବାକୁ ଘୋଷଣା କରିଛି ବିସିସିଆଇ। ଏହାସହ ପନ୍ଥଙ୍କ ବିଶ୍ୱକପ୍ ଖେଳିବା ଆଶା ପୂରଣ ହେବାକୁ ଯାଉଛି।