ପୁଅର ଦୁଃଖଦ ମୃତ୍ୟୁରେ ଭାଙ୍ଗିପଡିଲେ ଶିକ୍ଷାମନ୍ତ୍ରୀ, ଅଟକାଇ ପାରିଲେନି ଲୁହ

ଅଧାବୟସର ପୁଅର ସଡକ ଦୁର୍ଘଟଣା ଖବର ଶୁଣି ଭାଙ୍ଗି ପଡିଛନ୍ତି ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେ। ଘଟଣା ଖବର ପାଇବା ପରେ ସେ ତୁରନ୍ତ ଡେହେରାଡୁନରୁ ଉଧମସିଂହ ନଗରର ଗୁଲରଭୋଜ ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ସାନପୁଅର ପାର୍ଥୀବ ଶରୀର ଦେଖି ନିଜ ଲୁହକୁ ଅଟକାଇ ପାରିନଥିଲେ।

education minister 1

ସୂଚନା ଦେବାକୁ ଚାହିଁବୁ, ଆସି ସକାଳେ ଏକ ସଡକ ଦୁର୍ଘଟଣାରେ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କର ସାନପୁଅ ଅଙ୍କୁରର ଦେହାନ୍ତ ହୋଇଯାଇଛି। ବରେଲୀରେ ଏକ ଟ୍ରକ ଅଙ୍କୁରଙ୍କ କାରକୁ ଧକ୍କା ମାରିବାରୁ ଏହି ଦୁର୍ଘଟଣା ଘଟିଥିଲା। ଗାଡିରେ ତିନି ଜଣ ରହିଥିବା ବେଳେ ଅଙ୍କୁର ଗାଡି ଚଲାଉଥିଲେ। ଘଟଣାରେ ଅଙ୍କୁରଙ୍କ ସାଙ୍ଗ ମୁନ୍ନା ଗିରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଥି ପିଙ୍କୁ କୋମାରେ ରହିଛନ୍ତି।

ଶିକ୍ଷାମନ୍ତ୍ରୀଙ୍କ ପୁଅର ଏପରି ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱାତ୍, ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବାତଙ୍କ ସମେତ ଅନେକ ମନ୍ତ୍ରୀ ତାଙ୍କ ବାସଭବନରେ ପହଞ୍ଚିଥିଲେ।

Leave A Reply

Your email address will not be published.