ରାମନଗର ଜାତୀୟ ରାଜପଥରେ ହାତୀଙ୍କ ଉପଦ୍ରବର ଭିଡିଓ ହେଉଛି ଭାଇରାଲ

ଉତ୍ତାରଖଣ୍ଡ ରାମନଗର ଜାତୀୟ ରାଜପଥରେ ହାତୀ ଉପଦ୍ରବ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ହାତୀ ପଲ ରାସ୍ତା ଉପରକୁ ଆସୁଛନ୍ତି ଓ ରାସ୍ତା ଉପରେ ଯାଉଥିବା ଗାଡିକୁ ଓଲଟାଇ ଫୋଫାଡିବାକୁ ଚେଷ୍ଟା କରୁଛନ୍ତି। ପାଖରେ ଥିବା ଅନ୍ୟ ଗାଡିକୁ ମଧ୍ୟ ଠେଲିବାକୁ ଚେଷ୍ଟା କରୁଛନ୍ତି ହାତୀ ପଲ। ଠେଲି ଠେଲି ଗୋଟିଏ କାରକୁ ରାସ୍ତା କଡକୁ ପେଲି ଦେଉଛନ୍ତି ହାତୀ। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି।

video courtesy : News18 Digital

Leave A Reply

Your email address will not be published.