ସେପ୍ଟେମ୍ବର ୫ରୁ ଆରମ୍ଭ ହେବ ଜିଓ ଫାଇବର ପ୍ଲାନ୍‌, ଘୋଷଣା କଲେ ମୁକେଶ ଅମ୍ବାନୀ

ରିଲାଏନ୍‌ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା। ସେପ୍ଟେମ୍ବର ୫ତାରିଖରୁ ଆରମ୍ଭ ହେବ ଜିଓ ଫାଇବର ପ୍ଲାନ୍‌। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ବାର୍ଷିକ ଜେନେରାଲ ମିଟିଂରେ ଏହି ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ସର୍ବନିମ୍ନ ୭ଶହ ଟଙ୍କାରେ ଶହେ ଏମ୍‌ବିପିଏସ୍‌ ସ୍ପିଡର…

ଜମ୍ମୁ ଓ କଶ୍ମୀରରେ ପୁଞ୍ଜି ନିବେଶ ପାଇଁ ଫିଟିଛି ବାଟ, ଇଣ୍ଡଷ୍ଟ୍ରି ନିର୍ମାଣ କରିବ ରିଲାଏନ୍ସ

ଜମ୍ମୁ ଓ କଶ୍ମୀର ଉପରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଆଗ୍ରହ ପ୍ରକାଶ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। ଜମ୍ମୁ ଓ କଶ୍ମୀର, ଲଦାଖର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକୁ ସାଦର ଗ୍ରହଣ କରିଥିବା ନେଇ କହିଛନ୍ତି…

ଅନୁଗୁଳ: ହାତୀଙ୍କ ଦାଉରୁ ଧନଜୀବନ ରକ୍ଷା କରିବା ପାଇଁ ‘ଗଜବନ୍ଧୁ’ କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୁଳ ଜିଲ୍ଲାରେ ଅନେକ ସମୟରେ ଦେଖିବାକୁ ମିଳୁଛି ହାତୀ-ମଣିଷ ଲଢେଇ । ହାତୀଙ୍କ ଉପଦ୍ରବରେ ଅନେକ ଧନଜୀବନ ନଷ୍ଟ ହେଉଛି । ଏଥିରୁ ରକ୍ଷା ପାଇବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଆରମ୍ଭ ହୋଇଛି ଗଜବନ୍ଧୁ ଯୋଜନା । ଅନୁଗୁଳ ବନଖଣ୍ଡ ଅଧିନରେ ଥିବା ୬ଟି ରେଞ୍ଜର ହାତୀଙ୍କୁ ନେଇ ସବୁବେଳେ ଲାଗି…

ବିଶ୍ୱ ହସ୍ତୀ ଦିବସ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଭଲ କାମ କରିଥିବା କର୍ମଚାରୀ ହେଲେ ପୁରସ୍କୃତ

ଆଜି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ହସ୍ତୀ ଦିବସ ଭାବେ ପାଳନ କରାଯାଇଥାଏ । ଭୁବନେଶ୍ୱର ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହାତୀମାନଙ୍କୁ କଦଳୀ, ନଡିଆ ଓ ସେଓ…

ସୁନ୍ଦରଗଡ଼: ସାପ କାମୁଡାରେ ଦୁଇ ଭାଇ ଭଉଣୀ ମୃତ

ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁରେ ଅଘଟଣ । ସାପ କାମୁଡାରେ ଦୁଇ ଭାଇ ଭଉଣୀ ମୃତ । ସକାଳେ ସୁବଳୟା ଗାଁର ପ୍ରଦୀପ ସେନା ଓ ତାଙ୍କ ସ୍ତ୍ରୀ ବିଲକୁ ଯାଇଥିଲେ । ସେଠାରୁ ଦିନ ପ୍ରାୟ ୧୨ଟା ବେଳେ ଘରକୁ ଫେରି ପୁଅ ଝିଅ ଉଠି ନଥିବା ଦେଖିଥିଲେ । ସାପ କାମୁଡିଥିବା ଦେଖି ତୁରନ୍ତ…

ପରିତ୍ୟକ୍ତ କୁଅରୁ ଭାଲୁ ଉଦ୍ଧାର

ପରିତ୍ୟକ୍ତ କୁଅରୁ ଭାଲୁ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳର ଭାଗଲାକଟା ଗାଁରେ ଏକ ଭାଲୁ କୁଅରେ ଖସିପଡ଼ିଥିଲା । କୁଅରେ ପଡି ଭାଲୁ ଚିତ୍କାର କରିବାରୁ ଗାଁ ଲୋକଙ୍କ ନଜରକୁ ଆସିଥିଲା । ଛେଣ୍ଡିପଦା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲେ।…

ଯାଜପୁର ସାଂସଦଙ୍କ ଅଚାନକ ଧର୍ମଶାଳା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ବିଭିନ୍ନ ଅବ୍ୟବସ୍ଥା ନେଇ ପ୍ରକାଶ କଲେ…

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆଜି ଅଚାନକ ଧର୍ମଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ସାଂସଦ ଶ୍ରୀମତୀ ସେଠୀ ମେଡିକାଲରେ ଥିବା ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ବିଭିନ୍ନ ବିଭାଗ ବୁଲି ଦେଖିବା ସହ  ନିରାମୟ ଯୋଜନାରେ ରୋଗୀମାନେ…

କେନ୍ଦୁଝର: ବାଦକଳା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚିକେନ ପକ୍ସ ଆତଙ୍କ, ହଷ୍ଟେଲ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ

କେନ୍ଦୁଝର(କେନ୍ୟୁଜ): ବାଂଶପାଳ ବ୍ଲକର କାଦକଳା ସରକାରୀ ବିଶ୍ଵ ଉଚ୍ଚ ବିଦ୍ୟାଳୟରେ ଚିକେନ ପକ୍ସ ଆତଙ୍କ ଦେଖାଦେଇଛି ।  ଗତ ତିନିଦିନ ମଧ୍ୟରେ 30ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚିକେନ ପକ୍ସରେ ଆକ୍ରାନ୍ତ ହୋଇଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ…

ଭାଇଚାରାର ଆଉ ଏକ ନିଦର୍ଶନ, କଟକରେ ବୋଲ୍‌ବମ୍‌ ଭକ୍ତଙ୍କ ସେବା କଲେ ମୁସଲମାନ ଯୁବକ

କଟକ (କେ ନ୍ୟୁଜ୍‌) : ଭାଇଚାରାର ସହର ଭାବେ ପରିଚିତ କଟକରେ ଆଜି ଭକ୍ତିଭାବନା ସହ ପାଳିତ ହୋଇଛି ଇଦ୍‌-ଉଲ୍‌-ଜୁହା । ଏହା ସହିତ ଦେଖିବାକୁ ମିଳିଛି ଏକ ସମ୍ପୂର୍ଣ୍ଣ ନିଆରା ଦୃଶ୍ୟ । ଶ୍ରାବଣ ଶେଷ ସୋମବାର ପାଇଁ ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବୋଲ୍‌ବମ୍‌ ଭକ୍ତଙ୍କର ସେବା…

ଚଳନ୍ତା ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ

ବାଲେଶ୍ଵର ଓଟି ରୋଡ଼ ଗାନ୍ଧୀ ସ୍ମୃତି ଭବନ ଆଗରେ ଏକ ଚଳନ୍ତା ବସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସ୍ଲିପର ସିଟର ଉପର ପଟେ ନିଆଁ ଲାଗିଥିଲା, ଯାହାକୁ ଦେଖି ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ପଡ଼ିଥିଲେ। ୩୫ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲପୁଲ ନାମକ ଏକ…

ରାଜ୍ୟର ବିଭିନ୍ନ ସ୍ଥାନରେ ପବିତ୍ର ଇଦ୍-ଉଲ-ଜୁହା ପାଳିତ

ଆଜି ପବିତ୍ର ଇଦ୍-ଉଲ-ଜୁହା ବା ବକ୍ରି ଇଦ୍ । ମୁସଲମାନ ଭାଇମାନଙ୍କର ଏକ ପବିତ୍ର ପର୍ବ । ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା ପାଇଁ ସହରଠୁ ଗାଁ ପର୍ଯ୍ୟନ୍ତ ସବୁ ଚଳଚଞ୍ଚଳ ହୋଇପଡିଛି । ବ୍ରହ୍ମପୁର ଆଜି ସକାଳୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟ ଇଦଗା ପଡିଆରେ ମୁସଲମାନ…

ରାସ୍ତା କାଟି ଦେବାରୁ ରୋଗୀଙ୍କୁ ଦେଢ଼ କିଲୋମିଟର ବୋହିଲେ ସମ୍ପର୍କୀୟ

ଘଟଗାଁ(କେନ୍ୟୁଜ) : ସାହି ରାସ୍ତାକୁ କାଟି ଦେବାରୁ ପକ୍ଷାଘାତ ରୋଗୀଙ୍କୁ ଦେଢ କିଲୋମିଟର ପର୍ଯ୍ୟନ୍ତ ବୋହି ବୋହି ନେଲେ ରୋଗୀଙ୍କ ସମ୍ପର୍କୀୟ । ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି ଘଟଗାଁ ବ୍ଳକ ପିପିଳିଆ ଗ୍ରାମରେ । ସୂଚନା ଅନୁଯାୟୀ ପିପିଳିଆ ଗ୍ରାମ ତୋଲକବାହାଳି ସାହିର ବଳଭଦ୍ର ନାୟକ ନାମକ…