ଆଜି ଫେକ୍‌ କିଡନାପ ଘଟଣାର ଖଳନାୟକ ଚିକୁନକୁ କରାଯିବ କୋର୍ଟ ଚାଲାଣ

ଭୁବନେଶ୍ବର(କେନ୍ଯୁଜ୍): ଫେକ୍‌ କିଡନାପ ଘଟଣାର ଖଳନାୟକ ଗିରଫ । ବନ୍ଧା ହେଲେ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ । ଆଜି ଚିକୁନକୁ କୋର୍ଟ ଚାଲାଣ କରାଯିବ । ବନ୍ଧା ହେଲେ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ । ତେବେ ଅଧିକାରକୁ ନେଇ ଦୁଇ ଯୁବତୀଙ୍କ ଭିତରେ ଚାଲିଛି ଟଣାଓଟରା । ପତ୍ନୀ ଅହଲ୍ୟା…

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଅନେକ ଗାଁରେ ପଶିଲା ବନ୍ୟା ପାଣି

ଜଳେଶ୍ୱର(କେନ୍ଯୁଜ୍): ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୪୧ ମିଟରରେ ପ୍ରବାହିତ ହେଉଛି । ଜଳେଶ୍ୱର, ଭୋଗରାଇ…

ବ୍ରହ୍ମପୁର: ଶୌଚ ହେବାକୁ ଯାଇଥିବାବେଳେ ଅଘଟଣ, ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି -ବ୍ରହ୍ମପୁର ମୂଖ୍ୟ ରାସ୍ତା ଗୋକର୍ଣପୁର ବ୍ରିଜ ନିକଟରେ ଅଘଟଣ।ଶୌଚ କରିବାକୁ ଯାଇଥିବା ବେଳେ ଅଜଣା ଗାଡି ଧକ୍କା ରେ ଦୁଇ ଜଣ ମହିଳା ମୃତ।ମୃତକ ଦୁଇ ଜଣ ମହିଳା ହେଲେ ଗୋକର୍ଣପୁର ଗ୍ରାମର ତମାଳ ବିନ୍ଧାଣି , ଚିନାରୀ ବାଙ୍ଗାରି । ଆଜି…

ଗୋଡାଇ ଗୋଡାଇ ଭୁଜାଲି ଓ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ସମ୍ବଲପୁର(କେନ୍ଯୁଜ୍): ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ। ଗୋଡାଇ ଗୋଡାଇ ଭୁଜାଲି ଓ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ। ବଞ୍ଚାଇବାକୁ ଯାଇ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଆହତ। ସମ୍ବଲପୁର କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ପୁରୁଣା ଗୁରବାର ବଜାର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ପ୍ରକାଶ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ପୁରୀ ବେଳାଭୂମିରେ ବାଲୁକାକଳା, ୨୦୩୫ଟି ଶଙ୍ଖ ଓ ଶାମୁକାର ହୋଇଛି ବ୍ଯବହାର

ପୁରୀ(କେନ୍ଯୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ଏହି ବାଲୁକାକଳାରେ ୨୦୩୫ଟି ଶଙ୍ଖ ଓ ଶାମୁକା ବ୍ୟବହାର…

ମହାନତା ଦେଖାଇଲେ ବାଲେଶ୍ୱର ବିଧାୟକ: ବନ୍ୟାରେ ଫଶିଥିବା ଗର୍ଭବତୀ ମହିଳାଙ୍କୁ କଲେ ଉଦ୍ଧାର

ବାଲେଶ୍ୱର(କେନ୍ଯୁଜ୍): ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବାଲେଶ୍ୱର ବିଧାୟକ। ବନ୍ୟାରେ ଫଶିଥିବା ଜଣେ ଗର୍ଭବତୀ ମହିଳାଙ୍କ ନିକଟରେ ପହଞ୍ଚିଲେ ବିଧାୟକ ସ୍ୱରୂପ ଦାସ। ବାଲେଶ୍ୱରର ଓଳନ୍ଦା ସାରଗାଁ ଗ୍ରାମପଞ୍ଚାୟତ ମନ୍ଦାଧର ଗାଁ ବନ୍ୟା କାରଣରୁ ପାଣି ଘେରରେ ରହିଛି। ଡଙ୍ଗା ସାହାଯ୍ୟରେ…

ଆଜିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ, ଦେଶବ୍ୟାପୀ ‘ସେବା ସପ୍ତାହ’ ପାଳନ କରିବ ବିଜେପି

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ। ଆଜିଠାରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ପାଳନ କରିବ ବିଜେପି । ଚଳିତବର୍ଷ ମୋଦି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ସାର୍ବଜନୀନ ଜୀବନର ୨୦ ବର୍ଷ ପୂରଣ କରୁଥିବାରୁ ବିଜେପି ପାଇଁ ଏହା ବିଶେଷ…

କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ଜିଲ୍ଲାରେ ନୂଆଁଖାଇ ତିନିଟି ପର୍ଯ୍ୟାୟରେ ପାଳିତ ହୋଇଥାଏ । ସପ୍ତପୁରୀ ଅମାବାସ୍ୟାରେ ପ୍ରଥମ ପର୍ଯ୍ୟାୟରେ ବାହାଦୁରପଦର ଓ ପଥର୍ଲା, ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡ଼ିଶା ସହ ଗ୍ରାମାଞ୍ଚଳରେ ତଥା ଦଶମୀ…

ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ: ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ । କାଲି ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଦର୍ଶନ ବନ୍ଦ ରହିବ । କୋଭିଡ ନିୟନ୍ତ୍ରଣ ପାଇଁ ବିଶେଷ ଦିନ ଗୁଡିକରେ ଦର୍ଶନ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌, ସମୁଦାୟ ୨୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ଜଳସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟାୟକ୍ରମେ ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯାଉଛି। ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର…

ମୟୂରଭଞ୍ଜ ହରିପୁର ଗାଁରେ ଅଘଟଣ: ଗୋଡ ଖସିଯିବାରୁ ନଦୀ ସୁଅରେ ଭାସିଗଲେ ମହିଳା

ଉଦଳା(କେନ୍ଯୁଜ୍): ନଦୀ ସୁଅରେ ଭାସିଗଲେ ମହିଳା । ମୟୂରଭଞ୍ଜ ଖୁଣ୍ଟା ଥାନା ହରିପୁର ଗାଁରେ ଅଘଟଣ ଘଟିଛି। ନିଖୋଜ ମହିଳାଙ୍କ ନାଁ ସାବିତ୍ରୀ ବିଶ୍ୱାଳ । ତାଙ୍କ ଘର ବାଡିପଟେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମହିଳାଙ୍କ ଗୋଡ ଖସିଯାଇଥିଲା । ଫଳରେ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ମହିଳା ।…

ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ଯୁଜ୍): ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର। ଗଙ୍ଗାଧରପୁର ନିକଟ ଏକ ବାଉଁଶ ବୁଦା ମୂଳରୁ ମୃତଦେହ ୨ଟି ଉଦ୍ଧାର କରାଯାଇଛି। ଗତକାଲି ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ ବନ୍ୟାଜଳରେ ଭାସିଯାଇଥିଲେ ବାପା ଏବଂ ପୁଅ । ଏଭଳି…