Below header

ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ନେଇ ମିଳିବ ଅନୁମତି

ଦିଲ୍ଲୀ(କେନ୍ୟୁଜ୍) : ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ନେଇ ମିଳିବ ଅନୁମତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରେ ନିଷ୍ପତି ନିଆଯାଇଛି । ଏଥିପାଇଁ ଟେଲିଗ୍ରାଫ୍ ଆଇନ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସଂଶୋଧନକୁ କ୍ୟାବିନେଟ ମଂଜୁରି ପ୍ରଦାନ କରିଛନ୍ତି । ଘରୋଇ କମ୍ପାନୀଙ୍କ ପାଇଁ ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବରରେ ଆଧାର ତଥ୍ୟ ବ୍ୟବହାର ଉପରେ କଟକଣା ଲଗାଇଥିଲେ ।

aadhaarଆଇନରେ ସଂଶୋଧନ ଆସିଲେ ସେମାନଙ୍କ ପାଇଁ ଆଧାର ତଥ୍ୟ ବ୍ୟବହାର ସହଜ ହେବ । ଫଳରେ ମୋବାଇଲ ଫୋନର ନୂଆ ସିମ୍ ନେବା ସହିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଗ୍ରାହକମାନେ ସ୍ୱେଚ୍ଛାକୃତ ଭାବେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବା ଲାଗି ଏହି ଆଇନରେ ସଂଶୋଧନ ଅଣାଯିବ । ପୂର୍ବରୁ ସୁପ୍ରିମକୋର୍ଟ ଆଧାର ଆକ୍ଟର ସେକ୍ସନ ୫୭କୁ ଖାରଜ କରିଥିଲେ । ଏହି ଆକ୍ଟ ଅନୁସାରେ ସିମ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ୍ କରିବା ଅନିବାର‌୍ୟ୍ୟ ଥିଲା । କିନ୍ତୁ ଆଧାର ଲିଙ୍କ୍ ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.