ଆମାଜନ୍ ସହ ବିଜନେସ କରିବାର ସୁବର୍ଣ୍ଣ ସୁଯୋଗ, ୭ ଲକ୍ଷ ଆର୍ଥିକ ସହାୟତା ସହ ମିଳିବ ୩ ମାସର ଦରମା

ଦୁନିଆର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଆମାଜନ୍ ଭାରତରେ ବେଶ୍ ଲୋକପ୍ରିୟ। ଭାରତରେ ଆମାଜନର ଗ୍ଲୋବାଲ ଏବଂ ଲୋକାଲ ଉଦ୍ଭୟ ଷ୍ଟୋରର ଜିନିଷ ଉପଲବ୍ଧ। ଇକମର୍ସ କମ୍ପାନୀ ସର୍ବଦା ନିଜ ସେବାକୁ ଅଧିକ ଭଲ କରିବା ପାଇଁ ଚେଷ୍ଠା କରିଥାଏ। ଏନେଇ ଏବେ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ତାଙ୍କ ସହ ବିଜନେସ କରିବାର ମଉକା ଦେଇଛି। ଖାଲି ସେତିକି ନୁହଁ ଏଥିସହ ବିଜନେସ କରିବା ପାଇଁ ଇଛୁକ ବ୍ୟକ୍ତିଙ୍କୁ କମ୍ପାନୀ ତରଫରୁ ୭ଲକ୍ଷ ଟଙ୍କା ଦିଆଯିବା ବୋଲି ଘୋଷଣା କରାଯାଇଛି।

amazon 2

କମ୍ପାନୀ ନିଜର ଡେଲିଭେରୀ ସେବାକୁ ସୁଦୃଢ କରିବାକୁ ଚେଷ୍ଟା ଚଲାଇଛି। ଏଥିପାଇଁ ଆମାଜନ ନିଜ କର୍ମଚାରୀଙ୍କ ପାଇଁ ଏକ ଦମଦାର ଅଫର ଘୋଷଣା କରିଛି। ଏହି ଅଫରରେ କମ୍ପାନୀ ନିଜ କର୍ମଚାରୀଙ୍କୁ ଚାକିରୀ ଛାଡି ବିଜନେସ ଆରମ୍ଭ କରିବାକୁ ଉପଦେଶ ଦେଇଛି। ଏପରିକି ବିଜନେସ ଆରମ୍ଭ କରିବା ପାଇଁ କମ୍ପାନୀ ନିଜ କର୍ମଚାରୀଙ୍କୁ ୭ଲକ୍ଷ ପର‌୍ୟ୍ୟନ୍ତ ଅର୍ଥ ପ୍ରଦାନ କରିବ ବୋଲି ମଧ୍ୟ କହିଛି।
କମ୍ପାନୀ କହିଛି, ଆମାଜନ ସହ ଡେଲିଭେରୀ ବିଜନେସ କରିବା ଚାହୁଁଥିବା କର୍ମଚାରୀଙ୍କୁ ଆର୍ଥିକ ସହାୟତ ଦିଆଯିବ। ଏନେଇ କର୍ମଚାରୀଙ୍କୁ ୭ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବା ସହ ତାଙ୍କୁ ୩ମାସର ଦରମା ମଧ୍ୟ ପ୍ରଦାନ କରାଯିବ।

amazon 3

ଏହି ଅଫରଟି ଖାସ କରି ଆମାଜନରେ କାର୍ଯ୍ୟରତ ଥିବା ଫୁଲ ଟାଇମ ଏବଂ ପାର୍ଟ ଟାଇମ୍ ଡେଲିଭେରୀ କର୍ମଚାରୀଙ୍କ ପାଇଁ ରହିଛି। କମ୍ପାନୀ ଖୁବ ଶୀଘ୍ର ଏହାର ପ୍ରାଇମ ମେମ୍ବରଙ୍କ ଡେଲିଭେରୀକୁ ଦୁଇ ଦିନରୁ କମ କରି ଗୋଟିଏ ଦିନ କରିବାକୁ ଯାଉଛି। ଏଣୁ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ବର୍ତ୍ତମାନ ଇକମର୍ସ ସାଇଟ ଆମାଜନ ନିଜର ଜିନିଷ ଡେଲିଭେରୀ କରିବା ପାଇଁ ପୋଷ୍ଟ ଅଫିସ, କୁରିୟର ଏବଂ ଅନ୍ୟ କମ୍ପାନୀ ଗୁଡିକର ସାହାଯ୍ୟ ନେଉଛି। ଭବିଷ୍ୟତରେ କମ୍ପାନୀ ଡେଲିଭରୀ ସର୍ଭିସକୁ ସଂପୂର୍ଣ୍ଣ ନିଜର କରିବା ପ୍ରସ୍ତୁତିରେ ରହିଛି। ଏନେଇ କମ୍ପାନୀ କର୍ମଚାରୀଙ୍କ ପାଇଁ ଏହି ଖାସ ଅଫର ବାହାର କରିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.