Paytm ଲଞ୍ଚ କଲା କ୍ରେଡିଟ କାର୍ଡ, ମିଳିବ ୧% ଅନଲିମିଟେଡ କ୍ୟାସବ୍ୟାକ୍

ଇ-କମର୍ସ ପେମେଣ୍ଟ ସିଷ୍ଟମ ଏବଂ ଡିଜିଟାଲ ୱାଲେଟ କମ୍ପାନୀ ପେଟିଏମ୍ ଆଜି (୧୪ ମେ, ୨୦୧୯) ନିଜର କ୍ରେଡିଟ କାର୍ଡ ଲଞ୍ଚ କରିଛି। ବିଜୟ ଶେଖର ଶର୍ମାଙ୍କ ନେତ୍ରୁତ୍ତ୍ବରେ ଥିବା ଡିଜିଟାଲ ପେମେଣ୍ଟ ଆପ୍ ଏହି ସୁବିଧା ସିଟି ବ୍ୟାଙ୍କ୍ ସହିତ ମିଶି ଦେବ। ଯାହାଦ୍ବାରା ଗ୍ରାହକଙ୍କୁ ଏକ ପ୍ରତିଶତ ୟୁନିଭର୍ସାଲ ଅନଲିମିଟେଡ୍ କ୍ୟାସବ୍ୟାକ୍ ମିଳିବ।

କୁହାଯାଉଛି ଯେ କାର୍ଡରେ ଏହାସହିତ କୌଣସି ପ୍ରକାରର ଟ୍ରାନଜାକସନ ଉପରେ ମିଳୁଥିବା ରିୱାର୍ଡ ପାଇଁ କୌଣସି ସର୍ତ୍ତ ରହିବ ନାହିଁ। ଶର୍ମା ଟ୍ବିଟ କରି ଏହାର ଫଟୋ ଏବଂ ଏହା ବିଷୟରେ ଜଣାଇଛନ୍ତି। ଏହା ଭିଜା ପେମେଣ୍ଟ ନେଟୱାର୍କ ଦ୍ବାରା ଚାଲିବ।

paytmସିଟି ବ୍ୟାଙ୍କ ସହିତ ପେଟିଏମ ଆସିବା ଡିଜିଟାଲ ୱାଲେଟ କମ୍ପାନୀର ପ୍ରଥମ ଲୋୟାଲଟୀ ପ୍ରୋଗ୍ରାମ ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ମିଳିବା ପରେ ଲୋକମାନେ ଏହା ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରିସାରିଲେଣି ଏହା କେମିତି କାମ କରିବ? ପେଟିଏମର ଚେୟାରମ୍ୟାନ ଏବଂ ସିଇଓ ଜଣାଇଛନ୍ତି ଯେ ‘ପେଟିଏମ ୟୁଜର୍ସଙ୍କ ମଧ୍ୟରେ ଏହି କାର୍ଡ ପେମେଣ୍ଟ ଫ୍ଲେକ୍ସିବିଲିଡକୁ ବଢ଼ାଇବ ଏବଂ ଏହାଦ୍ବାରା କ୍ୟାସଲେସ ପେମେଣ୍ଟକୁ ମଧ୍ୟ ଲାଭ ମିଳିବ।

ରିପୋର୍ଟ ଅନୁଯାୟୀ, ପେଟିଏମ ଫାଷ୍ଟ କାର୍ଡ କଣ୍ଟାକ୍ଟଲେସ କାର୍ଡ ଅଟେ ଏବଂ ଦୁନିଆରେ ଏହା ମାନ୍ୟତା ପାଇବ। ସିଟି ବ୍ୟାଙ୍କ ପ୍ରିଭିଲେଜ ପ୍ଲାଟଫର୍ମ ଜରିଆରେ ଖାଦ୍ୟ ଖାଇବା, ଭ୍ରମର କରିବା ଏବଂ କିଛି ଅନ୍ୟ ଜିନିଷରେ ଏହାଦ୍ବାରା ଅନେକ ବଢ଼ିଆ ଅଫର ମିଳିବ। ବିଶେଷ କଥା ହେଉଛି ଏହି କାର୍ଡରେ ଲୁଚିଥିବା ଶୁଳ୍କ ରହିବ ନାହିଁ। ଗ୍ରାହକଙ୍କ ଠାରୁ ବାର୍ଷିକ ୫୦୦ ଟଙ୍କାର ଫିସ ମଧ୍ୟ ନିଆଯିବ ନାହିଁ। ଅବଶ୍ୟ ଏମିତି ସେତେବେଳେ ହେବ ଯେତେବେଳେ ଗ୍ରାହକ ବର୍ଷସାରା ୫୦ ହଜାର ଟଙ୍କାରୁ ଅଧିକ କ୍ରୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.