ସଂଧ୍ୟାରେ ନିଅନ୍ତୁ ମିଠା ଖାଇବାର ମଜା, ପ୍ରସ୍ତୁତ କରନ୍ତୁ ପନୀର ବରଫି

ସଂଧ୍ୟାରେ କିଛି ମିଠା ଖାଇବାକୁ ଇଚ୍ଛା ହେଉଥିଲେ ଘରେ ସହଜରେ ପ୍ରସ୍ତୁତ କରନ୍ତୁ ପନୀର ବରଫି। ଜାଣନ୍ତୁ ଏହାକୁ ବନାଇବାର ଉପାୟ।

ସାମଗ୍ରୀ :

ଅଳେଇଚ ପାଉଡର – ୧ ଟେବୁଲ ଚାମଚ

ମିଲ୍କ ପାଉଡର – ୨ ଟେବୁଲ ଚାମଚ

ପନୀର – ୫୦୦ ଗ୍ରାମ

କଣ୍ଡେନ୍ସ ମିଲ୍କ – ୪୦୦ ଗ୍ରାମ

ଡ୍ରାଇ ଫ୍ରୁଟ୍ସ – ୨ ଟେବୁଲ ଚାମଚ

ଦେଶୀ ଘିଅ – ୧ ଟେବୁଲ ଚାମଚ

barfiପ୍ରଣାଳୀ :

ପନୀରକୁ ଭଲଭାବେ ଚକଟି ଦିଅନ୍ତୁ। ପରେ ଏଥିରେ ମିଲ୍କ ପାଉଡର ଏବଂ କଣ୍ଡେନ୍ସ ମିଲ୍କ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ପ୍ୟାନରେ ଏହାକୁ ପକାଇ ମିଡିୟମ ଆଞ୍ଚରେ ଗାଢ଼ା ହେବା ପର‌୍ୟ୍ୟନ୍ତ ଚଲାନ୍ତୁ। ଯେତେବେଳେ ଏହା ଥଣ୍ଡା ହୋଇଯିବ ସେତେବେଳେ ଏହାକୁ ଆଞ୍ଚରୁ ଓହ୍ଲାଇ ପ୍ଲେଟକୁ କାଢ଼ି ଦିଅନ୍ତୁ। ସେଥିରେ ଘିଅ ଲଗାଇ ଚିକ୍କଣ କରିଦିଅନ୍ତୁ। ଏବେ ମିକ୍ସଚରକୁ ପ୍ଲେଟକୁ କାଢ଼ି ଭଲଭାବେ ଚାପି ଚାରିପଟକୁ କରିଦିଅନ୍ତୁ। ଏହାଉପରେ ଅଳେଇଚ ପାଉଡର ପକାନ୍ତୁ। ଏହା ଥଣ୍ଡା ହେବା ପର‌୍ୟ୍ୟନ୍ତ ଛାଡି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ବରଫିର ଆକାରରେ କାଟି ଦିଅନ୍ତୁ। ନଚେତ ନିଜ ପସନ୍ଦର ଆକାର ଦେଇପାରିବେ। ଏହାପରେ ଡ୍ରାଇଫ୍ରୁଟ୍ସ ପକାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.