Bajaj ଲଞ୍ଚ କଲା ଶସ୍ତା ବାଇକ, ଜବରଦସ୍ତ ଫିଚର୍ସ ଓ ମାଇଲେଜ ସହ ଦାମ ରହିଛି ଏକଦମ କମ୍‌, ଶୀଘ୍ର କିଣିଆଣନ୍ତୁ

ଆସିଲା ବଜାଜ୍‌ ର ସବୁଠୁ ଶସ୍ତା ବାଇକ। ଯଦି ଆପଣ ବି ଶସ୍ତା କମ୍ୟୁଟର ବାଇକକୁ କିଣିବାକୁ ଚାହୁଁଛନ୍ତି ତେବେ ବଜାରରେ ଏକ ନୂଆ ଅପସନ ଯୋଡ଼ି ହୋଇଯାଇଛି। ବଜାଜ ଅଟୋ ଭାରତୀୟ ବଜାରରେ ନିଜର ଅପଡେଟେଡ ପ୍ଳାଟିନା ୧୧୦ ଏବିଏସ୍‌ ଲଞ୍ଚ କରିଛି। ୨୦୨୩ ବଜାଜ ପ୍ଲାଟିନା ୧୧୦ ଏବିଏସ୍‌ ର ଭାରତରେ ପ୍ରାରମ୍ଭିକ ଦାମ ରହିଛି ୭୨,୨୨୪ ଟଙ୍କା ରଖାଯାଇଛି। ଯାହାକି ଏକ୍ସ ସୋ ରୁମ ର ଦାମ ରହିଛି। ଖାସ କଥା ଏହା ଯେ ଏହି ମଡେଲ 110 cc ସେଗମେଣ୍ଟ ର ପ୍ର ଥ ମ ଓ ଏକମାତ୍ର ମୋଟର ସାଇକେଲ, ଯାହା ଏବିଏସ୍‌ ସହିତ ଆସୁଛି। କମ୍ପାନୀ ଏହି ବାଇକ କୁ ୪ଟି କଲର ଅପସନରେ ଦିଆଯାଉଛି।

ଇଞ୍ଜିନ ଓ ଗିୟରବକ୍ସ:
ନୂଆ ବଜାଜ ପ୍ଳାଟିନା ୧୧୦ ଏବିଏସ ରେ ୧୧୫.୪୫ସିସି , ସିଙ୍ଗଲ ସିଲିଣ୍ଡର , ଏୟାର କୁଲ୍ଡ , ଫ୍ୟୁଲ ଇଞ୍ଜେକଟେଡ ଇଞ୍ଜିନ ମଧ୍ୟ ଦିଆଯାଇଛି। ଏହି ଇଞ୍ଜିନ 7000RPM ରେ 8.4bhp ପାଓ୍ଵାର ସହ 5000 RPM ରେ 9.81 Nm ଟର୍କ ଜେନେରେଟ କରିଥାଏ । ଏହାକୁ ୫ସ୍ପିଡ଼ ମୋଟର ମାନୁଆଲ ଗିୟରବକ୍ସ ସହ ଯୋଡ଼ାଯାଇଛି। ଏଥିରେ LED DRL ସହ ହେଲୋଜନ ହ୍ୟାଣ୍ଡଲାମ୍ପ ୟୁନିଟ, ସେମି ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର , ୧୭ ଇଞ୍ଚର ହ୍ପିଲ ଓ ୧୧ ଲିଟର କ୍ଷମତା ବିଶିଷ୍ଟ ଫ୍ୟୁଲ ଟ୍ୟାଙ୍କ ମଧ୍ୟ ଦିଆଯାଇଛି।

ଫିଚର୍ସ କଥା ଧ୍ୟାନକୁ ଦେଲେ ଏହି ବାଇକରେ ଟେଲିସ୍କୋପିକ ଫ୍ରଣ୍ଟ ଫୋକର୍ସ ଓ ରିୟର ରେ ଦୁଆଲ ସ୍ପ୍ରିଙ୍ଗ ଲୋଡେଡ ସଫ ଅବଜଭର ମିଳୁଛି। ବ୍ରେକିଂ ପାଇଁ ଆଗରେ ସିଙ୍ଗିଲ ଚ୍ୟାନେଲ ଆଣ୍ଟି ଲକ ବ୍ରେକିଂ ସିଷ୍ଟମ ଏବିଏସ୍‌ ସହ ଡିସ୍କ ବେକ୍ର ଓ ପଛରେ ଡ୍ରମ ବ୍ରେକ ଦିଆଯାଇଛି। ବାଇକରେ ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର ରହିଛି ଯାହା ବହୁତ କିଛି ସୂଚନା ପ୍ରଦାନ କରିଥାଏ।

ଏଥିରେ ଆପଣଙ୍କୁ ଗିୟର ପୋଜିସନ, ଗିୟର ଗାଇଡାନ୍ସ ବ୍ୟତିତ ଏବିଏସ୍‌ ଆଲର୍ଟ ମଧ୍ୟ ମିଳିବ। ଭାରତୀୟ ବଜାରରେ Bajaj Platina ର ମୁକାବିଲା Hero Splender plus, Honda CD 110 Dream ଓ TVS star city plus ଭଳି ବାଇକ ସହ ହେବ। ପ୍ଳାଟିନା କମ୍ପାନୀ ପାଇଁ ସବୁଠୁ ଅଧିକ ବିକିଥିବା ମୋଟର ସାଇକେଲ ମଧ୍ୟରୁ ଏହା ଏକ। ଗତ ମାସ ଏହା ୩୩,୭୦୨ ୟୁନିଟର ବିକ୍ରି ହୋଇଥିଲା। ନଭେମ୍ବର ୨୦୨୧ ରେ ଏହାର ବିକ୍ରି ୬୦,୬୪୬ ୟୁନିଟ୍ସ ରହିଥିଲା। ତେବେ ଖବର ଅନୁଯାୟୀ ଏହି ବାଇକର ଦାମ ୭୨ ହଜାର ଟଙ୍କା ରହିିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.