Below header

ମଦ୍ୟପ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ତ୍ରୀ, ଆଉ କହିଲା କେହି ଜଣେ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଗଲା

ଉତ୍ତରପ୍ରଦେଶର ବାରାବଙ୍କୀରେ ମଦ ନିଶାରେ ବୁଡିଥିବା ସ୍ୱାମୀଙ୍କୁ ନୃଶଂସ ଭାବେ ହତ୍ୟା କରିଛି ପତ୍ନୀ । ନିଜ ଦୋଷକୁ ଲୁଚାଇବା ପାଇଁ ଜବରଦସ୍ତ ପ୍ଲାନ୍‌ ମଧ୍ୟ କରିଥିଲେ । ସ୍ୱାମୀଙ୍କୁ ହତ୍ୟା କରିବା ପରେ ବାହାରକୁ ଆସି ପତ୍ନୀ ଚିତ୍କାର କରିଥିଲେ, ଆଉ କହିଥିଲେ, ଜଣେ ଦୁର୍ବୃତ୍ତ ମୋ ସ୍ୱାମୀଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ଘଟଣା ବିଷୟରେ ଜାଣିବା ପରେ ପୋଲିସ ତଦନ୍ତ କରି ସତ୍ୟ ଜାଣିବାକୁ ପାଇଛି ।

ଖବର ମୁତାବକ, ଉତ୍ତରପ୍ରଦେଶର ବାରାବଙ୍କୀ ଜିଲ୍ଲାର ଥାନା ପୀରପୁର ନିବାସୀ ଔସାନ ରାଓ୍ଵତଙ୍କ ପୁଅ ବିନୟ ରାଜ(୨୮ ବର୍ଷ) ଘରକୁ କିଛି ସଂପର୍କୀୟ ଆସିଥିଲେ। ମଦ ପିଇବା ଏବଂ ଖାଇବା ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ନିଶାରେ ଚୂର ଥିବା ବିନୟଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ହତ୍ୟା କରିଥିଲେ ପତ୍ନୀ ରାଧା ।

ଏପରି କାଣ୍ଡ ଘଟାଇବା ପରେ ପତ୍ନୀ ଘର ବାହାରକୁ ଆସି ଚିତ୍କାର କରିଥିଲେ ଆଉ କେହି ଜଣେ ଦୁର୍ବୃତ୍ତ ଘରେ ପଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା କଥା କହିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଘଟଣା ସ୍ଥଳରେ ରକ୍ତଛିଟା ଏବଂ ଠେଙ୍ଗା ପଡିଥିବା ପୋଲିସ ଜାଣିବାକୁ ପାଇଛି । ମହିଳାଙ୍କ କପଡାରେ ରକ୍ତଛିଟା ମଧ୍ୟ ଲାଗିଛି । ମହିଳା ଜଣକ କହିଥିଲେ, ସେ ଟଏଲେଟରୁ ଫେରିବା ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା । ମହିଳାଙ୍କ କଥାରେ ପୋଲିସ ସନ୍ଦେହ କରି ପଚରାଉଚରା କରିବା ପରେ ମହିଳା ଜଣକ ସବୁ ସତ ଓଗାଳିଥିଲେ। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.