ମମିତା ମେହେର ହତ୍ୟା ମାମଲା: ଜେଲ୍‌ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର(କେନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ସେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲ୍‌ରେ ଥିଲେ ଗୋବିନ୍ଦ । ଆଜି ତାଙ୍କୁ କୋର୍ଟରେ ହାଜର କରାଇବାର ଥିଲା । ସେ କେମିତି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ? ଜେଲ ଭିତରେ ଜଣେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ତଦନ୍ତ କରିବେ ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନା । NHRC ଗାଇଡଲାଇନ୍‌ରେ ତଦନ୍ତ କରାଯିବ ।

ସେହିପରି ବଲାଙ୍ଗିରରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ରେଞ୍ଜ ଆଇଜି ଦୀପକ କୁମାର । ବଲାଙ୍ଗିର ଏସପିଙ୍କ ସହ ସେ ବହୁ ସମୟ ଧରି ଆଲୋଚନା କରିଛନ୍ତି । କଳାହାଣ୍ଡି ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ । ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ପଡ଼ିଆରେ ପୋତି ନିଆଁ ଲଗାଇ ପୋଡ଼ି ଦେଇଥିବା ସ୍ୱୀକାର କରିଥିଲା ଗୋବିନ୍ଦ । ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଥିଲେ । ଘଟଣାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଏଥିରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.