Below header

ଦୁନିଆ ଆଗେଇଲାଣି, କିନ୍ତୁ ଏବେ ପର୍ଯ୍ୟନ୍ତ ଏହିସବୁ ଦେଶରେ ଗଡ଼ିନାହିଁ ଟ୍ରେନ, ଭାରତର ପଡ଼ୋଶୀ ମଧ୍ୟ ଲିଷ୍ଟରେ ଅଛି ସାମିଲ

ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । ଏହା ସହ ଟ୍ରେନରେ ଆମକୁ ଅନ୍ୟାନ ସୁବିଧା ବି ମିଳିଥାଏ ।ଭାରତୀୟ ରେଳ ଗୋଟିଏ ଦିନରେ ଯେତିକି ଦୂରତା ଅତିକ୍ରମ କରିଥାଏ ସେହି ଦୂରତା ପୃଥିବୀ ପୃଷ୍ଠରୁ ଚନ୍ଦ୍ର ପର୍ଯ୍ୟନ୍ତର ଦୁରତାର ପାଖାପାଖି ସାଢେ ତିନି ଗୁଣା ହେବ । ଆଉ ମଧ୍ୟ ଆମ ରେଳ ନେଟୱାର୍କ ହେଉଛି ବିଶ୍ୱର ୪ର୍ଥ ବଡ଼ । ଭାରତ ପୂର୍ବରୁ ଥିବା ତିନୋଟି ଦେଶ ହେଲେ ଆମେରିକା, ଚୀନ, ରୁଷ । ଦେଶରେ ଛୋଟ ବଡ ମିଶାଇ ପ୍ରାୟ ୭ ହଜାର ୫୦୦ ରେଳ ଷ୍ଟେସନ ରହିଛି । ଏହାର ଟ୍ରାକର ପୁରା ଲମ୍ବ ପ୍ରାୟ ୬୫ ହଜାର କିଲୋମିଟର ରହିଛି । ଆଉ ଯଦି ୟାରଡ଼ସକୁ ଯୋଡ଼ାଯାଏ ତେବେ ଏହାର ଲମ୍ବ ୧ ଲକ୍ଷ ପାର କରିଯିବା ।

ବର୍ତ୍ତମାନ ସମୟରେ ଏଥିରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି । ଯାହାକି ବିଶ୍ୱରେ ନବମ ଓ ଭାରତର ସବୁଠୁ ବଡ ଏମ୍ପ୍ଲୋୟର । ଏଥିରେ ପ୍ରତିଦିନ ପ୍ରାୟ ଅଢେଇ କୋଟିରୁ ଅଧିକ ଲୋକ ଯିବା ଆସିବା କରିଥାନ୍ତି । ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହିତ ସମାନ ।

ଭାରତୀୟ ରେଳ ପୁରା ଦୁନିଆର ନିଜର ଲମ୍ବା ଚଉଡ଼ା ନେଟଓ୍ଵାର୍କ ପାଇଁ ଜଣାଯାଏ। ଡାଟା କୁ ଦେଖିଲେ ପାଖାପାଖି ୨.୫୦ କୋଟି ଲୋକ ପ୍ରତିଦିନ ଏହି ସେବାର ଲାଭ ଉଠାଇଥାନ୍ତି।

ତେବେ ଭାରତୀୟ ରେଳ ଦେଶର ପ୍ରତ୍ୟେକ ସହରକୁ ପହଞ୍ଚିସାରିଛି। ଏହି କାରଣ ପାଇଁ ଦେଶର ଲୋକମାନେ ଅଧିକ ଦୂର ଯାତ୍ରା କରିବା ପାଇଁ ଏହି ଟ୍ରେନ କୁ ବାଛିଥାନ୍ତି। କାରଣ ଦୂର ସ୍ଥାନକୁ ଯାତ୍ରା କାରିବା ପାଇଁ ଫ୍ଳାଇଟ ପରେ ଟ୍ରେନ ଉପରେ ହିଁ ନିର୍ଭର କରିଥାନ୍ତି ଲୋକେ.. ସେମିତିରେ ଫ୍ଳାଇଟରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ। କାରଣ ଏଥିରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ ଯାହାକି ସବୁବେଳେ ସମସ୍ତେ ଆଫର୍ଡ କରିପାରନ୍ତି ନାହିଁ। ତେଣୁ ବଜେଟ ଭିତରେ ଦୂର ସ୍ଥାନକୁ ସୁରୁଖୁରୁରେ ଯାତ୍ରା କରିବା ପାଇଁ ଟ୍ରେନକୁ ବଛାଯାଏ।

ଦ୍ରୁତ ଗତିରେ ବଢ଼ୁଥିବା ଦୁନିଆରେ ଆଜି ବି କିଛି ଦେଶ ଏମିତି ରହିଛି ଯେଉଁଠି ଏବେ ପର୍ଯ୍ୟନ୍ତ ଟ୍ରେନ ଚାଲୁନାହିଁ। ଆଜ୍ଞା ହଁ ଦୁନିଆ ଆଗେଇଛି କିନ୍ତୁ କି ଛି ଦେଶରେ ଏବେ ବି ରେଳ ସୁବିଧା ପହଞ୍ଚି ପାରିନାହିଁ। ରେଳେଓ୍ଵ ଟ୍ରାକର ଏଠି ଚିହ୍ନବର୍ଣ୍ଣ ନାହିଁ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଭାରତର ପଡ଼ୋଶୀ ଦେଶ ବି ସାମିଲ ରହିଛି।

ଦକ୍ଷିଣ ଏସିଆର ସବୁଠୁ ଛୋଟ ଦେଶ ଭୂଟାନ ଏହି ଲିଷ୍ଟରେ ପ୍ରଥମରେ ରହିଛି। ଆଜି ଯାଏଁ ଏଠି ରେଲେଓ୍ଵ ସୁବିଧା ଆରମ୍ଭ ହୋଇପାରିନାହିଁ। ଭୂଟାନ ଭୌଗଳିକ ରୂପରେ ବହୁତ ସୁନ୍ଦର ରହିଛି। ଭାରତ ତରଫରୁ ଏଥିପାଇଁ ଭବିଷ୍ୟତରେ ପ୍ଲାନ କରିବାର ଯୋଜନା ରହିଛି। ଏହି ଲିଷ୍ଟରେ ଭୂଟାନ ମଧ୍ୟ ସାମିଲ ରହିଛି।
କୁବେତ ନାଁ ଶୁଣିଲେ ତେଲ କଥା ମନେ ପଡ଼େ । କାରଣ କୁବେତକୁ ତେଲ ର ଭଣ୍ଡାର କୁହାଯାଏ। କିନ୍ତୁ ଏଠାରେ ମଧ୍ୟ ଏବେ ପର୍ଯ୍ୟନ୍ତ ରେଳ ଗଡ଼ିନି। ଏହାର ଆର୍ଥିକ ସ୍ଥିତି ବେଶ ସୁଦୃଢ଼। ଯାହାକି ଆପଣ ତେଲ ନାଁ ଶୁଣିକି ହିଁ ବୁଝିପାରୁଥିବେ। ତେବେ ବି ଏହି ଧନୀ ଦେଶରେ ରେଳେଓ୍ଵ ଟ୍ରାକ ଏପର୍ଯ୍ୟନ୍ତ ତିଆରି ହୋଇପାରିନାହିଁ। ଏଠାରେ ପ୍ରତ୍ୟେକ ଲୋକ ଧନୀ ଶ୍ରେଣୀର.. ଆଉ ତାଙ୍କ ଲାଇଫଷ୍ଟାଇଲ ମଧ୍ୟ ହାଇଫାଇ.. ଶୁଣିବାକୁ ମିଳିଛି ଯେ, କୁବେତରେ ଏବେ ଏହା ଉପରେ କାମ ଚାଲିଛି। ଖୁବ ଶୀଘ୍ର ଭାରତରୁ କୁବେତକୁ ଟ୍ରେନ ଚାଲିବାର ସମ୍ଭାବନା ରହିଛି।

ଆଣ୍ଡୋରାର ନମ୍ବର ମଧ୍ୟ ଏହି ଲିଷ୍ଟରେ ରହିଛି। କମ ଜନସଂଖ୍ୟା ଥିବା ଏହି ଦେଶର କ୍ଷେତ୍ରଫଳ ଖୁବ କମ। ଏଠାରେ ଏପର୍ଯ୍ୟନ୍ତ ରେଳ ନେଟଓ୍ଵାର୍କ ବିକଶିତ ହୋଇପାରିନାହିଁ। ଏଠାରେ ଲୋକମାନେ ନିଜ ପର୍ସନାଲ ଗାଡ଼ି କିମ୍ବା ପବ୍ଲିକ ହ୍ଵିକିଲ ବସ୍‌ ବେଶି ବ୍ୟବହାର କରିଥାନ୍ତି।

ଇଷ୍ଟ ତିମୋରରେ ମଧ୍ୟ ଟ୍ରେନର ନେଟଓ୍ଵାର୍କ ନାହିଁ। କ୍ଷେତ୍ରଫଳ ହିସାବରେ ଏହା ଦୁନିଆର ସବୁଠୁ ଛୋଟ ଦେଶ । ଏଠାରେ ଲୋକମାନେ ରାସ୍ତାରେ ବେଶି ଯିବା ଆସିବା କରିଥାନ୍ତି। ଏବେ ଏଠାରେ ୩୧୦ କିମି ଲମ୍ବା ରେଲେଓ୍ଵ ଟ୍ରାକ ବନିବାର ପ୍ଲାନିଂ ଚାଲିଛି।

ଶେଷରେ ସାଇପ୍ରସ୍‌ ରହିଛି । ଯେଉଁଠି ଏବେଯାଏଁ ରେଳ ନେଟଓ୍ଵାର୍କ ନାହିଁ। ୧୯୫୦ରୁ ୧୯୫୧ ଯାଏଁ ଏଠାରେ ରେଳ ନେଟଓ୍ଵାର୍କ ଥିଲା। କିନ୍ତୁ ଆର୍ଥିକ ସ୍ଥିିତି ଖରାପ କାରଣରୁ ଟ୍ରାକକୁ ଆରମ୍ଭ କରାଯାଇନାହିଁ। ସେବେଠାରୁ ଏହା ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.