ଭାରତରେ ଲଞ୍ଚ ହେଲା BMW X5 Facelift SUV

ଲଞ୍ଚ ହେଲା BMW X5 Facelift SUV, ଅପଡେଟେଡ ଫିଚର୍ସ ସହିତ ଲୁକ ରହିଛି ଜବରଦସ୍ତ, ଜାଣନ୍ତୁ ଦାମ୍‌

ବିଏମଡବ୍ଲୁ ଭାରତୀୟ ବଜାରରେ X5 ଏସୟୁଭି କୁ ଫେସଲିଫ୍ଟ ଅବତାରରେ ଲଞ୍ଚ କରିଛି। ଏହାର ଉତ୍ପାଦନ ସ୍ଥାନୀୟ ସ୍ତରରେ ଚେନ୍ନାଇ ରେ ବିଏମଡବ୍ଲୁ ଗ୍ରୁପ ପ୍ଳାଣ୍ଟରେ କରାଯିବ। X5 କୁ ଦୁଇଟି ଟ୍ରିମ୍ସ x-line ଓ M ସ୍ପୋର୍ଟରେ ବିକ୍ରି କରାଯିବ। ଏହି ଲଗଜରୀ ଏସୟୁଭି କୁ ପେଟ୍ରୋଲ କିମ୍ବା ଡିଜେଲ ଇଞ୍ଜିନରେ ବଜାରରେ ପ୍ରବେଶ କରାଯିବାର ପ୍ଲାନିଂ ରହିଛି। ଆଉ ଏଥିରେ ଷ୍ଟାଣ୍ଡାର୍ଡ ରୂପରେ ଏକ୍ସଡ୍ରାଇଭ ଅଲ୍‌ ହ୍ଵିଲ ଡ୍ରାଇଭ ହେବ। BMW X5 ର ପ୍ରାରମ୍ଭିକ ବଜାର ମୂଲ୍ୟ ୯୩.୯୦ ଲକ୍ଷ ଟଙ୍କା ରହିଛି। ଏହାର ଦାମ ଅଧିକ ରୂପେ ୧ କୋଟି ଉପରକୁ ଯିବାର ଆଶଙ୍କା ରହିଛି। ତେବେ ଏହି ଦୁଇଟି ଦାମ ଏକ୍ସ ସୋ ରୁମ ର ରହିଛି।

ଲୁକ ଓ ଡିଜାଇନ:
ବାହନ ନିର୍ମାତା ଏହି ମଡେଲର ଲାଇଟିଂ ଏଲିମେଣ୍ଟସ କୁ ଅପଡେଟ କରିଛି। ଏହା ବ୍ଲୁ ଏକ୍ସେଣ୍ଟ ସହିତ ମାଟ୍ରିକ୍ସ ଆଡପ୍ଟିଭ ଏଲଇଡି ହେଡଲାଇଟ୍ସ ସହ ଆସୁଛି। ଏକ୍ସ ୫ ଫେସଲିଫ୍ଟରେ ଗୋଟି ଏ ଅପ୍ସନାଲ ଷ୍ଟାଇଲିଶ ଗ୍ରିଲ ସହିତ ଏକ ନୂଆ ଡିଜାଇନ କରାଯାଇଥିବା ବମ୍ପର ମିିଳିବ। ବିଏମଡବ୍ଲୁର ଆଇକନିକ କିଡ଼ନି ଗ୍ରୀଲ ରେ ଏବେ ଏଭଳି ଲାଇଟ ଲାଗିଛି ଯାହାକୁ ଆପଣ ବ୍ୟବହାର କରିପାରିବେ।

ନୂଆ ବିଏମଡବ୍ଲୁ ଏକ୍ସ ୫ ଏକ୍ସଲାଇନ ଭାରିଏଣ୍ଟ ରେ ସେଟିନ ଆଲମୁନିୟମ ଟ୍ରିମ ରେ ରୁଫ ରେଲ୍ସ ଓ ଏକ୍ସଟିରିୟର ଲାଇନ ସହିତ ଷ୍ଟାଣ୍ଡାର୍ଡ ଲୁକ ଆସିଛ। କାରରେ ଆଲାଓ ହ୍ଵିକଲ୍ସ ର ଏକ ନୂଆ ସେଟ ରହିଛି ଯାହାର ସାଇଜ ୨୧ଇଞ୍ଚ ଅଛି। ଏମ ସ୍ପୋର୍ଟ ପ୍ୟାକେଜ ରେ ବଢ଼ିଆ ଫ୍ରଣ୍ଟ ଆପ୍ରନ, ରୁଫ ରେଲ୍ସ ଓ ହାଇ ଗ୍ଲାସ ବ୍ଲାକ ରେ ସାଡୋଲାିନ , ଡାର୍କ ସାଡୋ ରେ ଏକ ରିୟମ ଏପ୍ରନ ଓ ଏକ ଟ୍ରିପ ଜାଇଡଲ ସେପ୍‌ରେ ଏକ୍ଜଷ୍ଟ ପାଇପ ଦିଆଯାଇଛି।

ଏହାର ଇଣ୍ଟେରିୟର ଲୁକ ମଧ୍ୟ ଜବରଦସ୍ତ ରହିଛି। ଏଥିରେ ୮ ଟି ଅପରେଟିଂ ସିଷ୍ଟମ ରେ ଚାଲୁଥିବା ଏକ ୧୪.୯ ଇଞ୍ଚ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସ୍କ୍ରିନ ଓ ୧୨.୩ ଇଞ୍ଚର ଡିଜିଟାଲ ଡ୍ରାଇଭର ଡିସପ୍ଲେ ମିଳୁଛି। ଏହା ଏକ ପର୍ସନାଲ ଆସିଷ୍ଟାଣ୍ଟ , ଓ୍ଵାୟାରଲେସ୍‌ ସ୍ମାର୍ଟଫୋନ ଇଣ୍ଟିଗ୍ରେସନ ସହ ଓଟିଏ ଅପଡେଟ କୁ ସପୋର୍ଟ କରୁଛି।

ବିଏମଡବ୍ଲୁ ଏହି କାରରେ ଡ୍ରାଇଭର ଏସିଷ୍ଟ ସିଷ୍ଟମ ମଧ୍ୟ ସାମିଲ କରିଛି। ଯେଉଁଥିରେ ଆଡପ୍ଟିଭ କ୍ରୁଜ କଣ୍ଟ୍ରୋଲ, ୩୬୦ ଡିଗ୍ରୀ କ୍ୟାମେରା, ପାର୍କିଂ ଆସିଷ୍ଟ, ରିଭର୍ସ ଆସିଷ୍ଟ, ସ୍ମାର୍ଟଫୋନ ଜରିଆରେ ରିମୋଟ ପାର୍କିଂ, ଡ୍ରାଇଭ ରେକର୍ଡିଂ ଭଳି ନୂଆ ଫିଚର୍ସ ଆଡ୍‌ ରହିଛି। ଏଥିରେ ଆପଣ ଏୟାରବ୍ୟାଗ, ଡାଇନାମିକ ଷ୍ଟାବିଲିଟି କଣ୍ଟ୍ରୋଲ ଫିଚର୍ସ ଅଛି।

ତେବେ ଏହା ୬.୧ ସେକେଣ୍ଡରେ ୦-୧୦୦ କିମି ଘଣ୍ଟା ପ୍ରତି ସ୍ପିଡ଼ ଧରିଥାଏ। ଏଥିରେ ଦୁଇଟି ଇଞ୍ଜିନ ରହିଛି। ଯାହାକି ୪୮ଭୋଲ୍ଟର ଇଲେକଟ୍ରିକ ମୋଟର , ଏହା ୧୦ବିଏଚପି ଓ ୨୦୦ ଏନଏମ ପିକ ଟର୍କ ଜେନେରେଟ କରିଥାଏ। ଦାମ କଥା ଦେଖିଲେ ବିଏମଡବ୍ଲୁର xDrive 40i xLine ଫେସଲିଫ୍ଟର ଏକ୍ସ ସୋ ରୁମ ଦାମ ୯୩.୯୦ ଲକ୍ଷ ଟଙ୍କା ରହିଛି। xDrive 30d xLine ଫେସଲିଫ୍ଟର ଏକ୍ସ ସୋ ରୁମ ଦାମ ୯୫.୯୦ ଲକ୍ଷ ଟଙ୍କା ଥିବା ବେଳେ xDrive 40i mSport ର ଦାମ ୧.୦୫ କୋଟି ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.