Below header

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା କି ଆତ୍ମହତ୍ୟା ସନ୍ଧେହ

ସନ୍ଧେହ ଜନକ ଭାବେ ନାବାଳକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏହା ହତ୍ୟା କି ଆତ୍ମ ହତ୍ୟା ଏହାକୁ ନେଇ ସନ୍ଧେହ ପ୍ରକାଶ ପାଇଛି ।

ସନ୍ଧେହ ଜନକ ଭାବେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହା ହତ୍ୟା କି ଆତ୍ମ ହତ୍ୟା ଏହାକୁ ନେଇ ସନ୍ଧେହ ପ୍ରକାଶ ପାଇଛି । ରାୟଗଡା ଜିଲ୍ଲା ବିଷମକଟକ ଥାନ ଅନ୍ତର୍ଗତ କୁମ୍ଭାରଧାମୁଣି ଗ୍ରାମରେ ଘଟିଛି ଏହି ଘଟଣା ।

ଗ୍ରାମର ଭଗବାନ ଚୌଧୀରଙ୍କ ଘର ବାରିପଟେ ଥିବା ଗଛରେ ଝୁଲାନ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଚୌଧିରୀଙ୍କ ପରିବାର ଲୋକେ ବିଷମକଟକ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଆଜି ଘଟଣାସ୍ଥଳରେ ବିଷମକଟକ ଥାନା ଅଧିକାରୀ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି। ମୃତ ଯୁବକ ଜଣକ ମୁନିଗୁଡା ଥାନା ମାଳି ଢେପାଗୁଡା ଗ୍ରାମର କେତକୀ ନାଗଙ୍କ ପୁଅ ସମେଶ ନାଗ ବୋଲି ଜଣା ପଡ଼ିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.