BSNL ୟୁଜର୍ସ ମାନଙ୍କୁ ଲାଗିଲା ବଡ ଝଟକା, କମିଲା ଏହି ପ୍ଲାନ ଗୁଡିକର ବୈଧତା

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ବା ଭାରତ ସଂଚାର ନିଗମ ଲିମିଟେଡ଼ ନୂଆ ବର୍ଷ ଆରମ୍ଭରୁ ହିଁ ନିଜ ଗ୍ରାହକ ମାନଙ୍କୁ ଏକ ବଡ ଝଟକା ଦେଇଛି । ଏହି କମ୍ପାନୀ ନିଜ କେତେ ଗୁଡିଏ ପ୍ଲାନର ବୈଧତା କମ କରି ଦେଇଛି । ଏହା ପୂର୍ବରୁ ବି କମ୍ପାନୀ ତରଫରୁ କେତେ ଗୁଡିଏ ପ୍ଲାନରେ ପରିବର୍ତ୍ତନ ଅଣାଯାଇଥିଲା । ସୂତ୍ର ଅନୁଯାୟୀ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଖୁବ ଶୀଘ୍ର ନୂଆ ପ୍ରିପେଡ଼ ପ୍ଲାନକୁ ଟେଲିକମ ବଜାରରେ ଲଞ୍ଚ କରିବାକୁ ଯାଉଛି । କିନ୍ତୁ କମ୍ପାନୀ ନିଜ ନୂଆ ପ୍ଲାନ ନେଇ କୌଣସି ତଥ୍ୟ ଏଯାବତ ପ୍ରଘଟ କରିନାହିଁ ।

  • ବିଏସଏନଏଲ କମ୍ପାନୀ ନିଜ ୭୫ ଟଙ୍କିଆ ଓ ୭୪ ଟଙ୍କିଆ ପ୍ରିପେଡ଼ ପ୍ଲାନର ବୈଧତା କମ କରି ୯୦ ଦିନ କରିଦେଇଛି । ଏହା ପୂର୍ବରୁ ୟୁଜର୍ସ ମାନଙ୍କୁ ଏହି ପ୍ଲାନରେ ୧୮୦ ଦିନର ଭାଲିଡିଟି ମିଳୁଥିଲା ।

bsnl prepaid

  • ଅନ୍ୟ ପକ୍ଷରେ କମ୍ପାନୀ ତରଫରୁ ୧୫୩ ଟଙ୍କିଆ ପ୍ଲାନକୁ ଅପଡେଟ କରାଯାଇଛି । ବ୍ୟବହାରକାରୀଙ୍କୁ ଏଥିରେ ଏକ ଜିବି ଡାଟା ସହ ୯୦ ଦିନର ବୈଧତା ମିଳିବ । କିନ୍ତୁ ପୂର୍ବରୁ ଉପଭୋକ୍ତା ମାନଙ୍କୁ ଏହା ମାଧ୍ୟମରେ ୧.୫ ଜିବି ଡାଟା ସହ ୧୮୦ ଦିନର ସମୟ ସୀମା ମିଳୁଥିଲା ।
  • କମ୍ପାନୀ ତାର ୭, ୯, ୧୯୨ ଟଙ୍କିଆ ସ୍ପେଶାଲ ତାରିଫ ଭାଉଚର ପ୍ଲାନକୁ ସମ୍ପୂର୍ଣ ରୂପେ ବନ୍ଦ କରି ଦେଇଛି । ୨୯ ଟଙ୍କିଆ ପ୍ଲାନର ବୈଧତା ୫ ଦିନ କରିଦେଇଛି ।
  • ବିଏସଏନଏଲ ନିଜ ୧୮୬ ଓ ୧୮୭ ଟଙ୍କିଆ ପ୍ଲାନ ଗୁଡିକର ସମୟ ସୀମା କମେଇ ୨୪ ଦିନ କରିଦେଇଛି । ଯେବେକି ପୂର୍ବରୁ ଏହା ୨୮ ଦିନ ଥିଲା । କିନ୍ତୁ ପୂର୍ବ ପରି କମ୍ପାନୀ ଏଥିରେ ୩ ଜିବି ଡାଟା, ୧୦୦ ଏସଏମଏସ ଓ ୨୫୦ ଦିନର କଲିଙ୍ଗ ସୁବିଧା ଯୋଗାଇବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.