ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର, ଦୁଇବର୍ଷରେ ଦୁଇଗୁଣା

କେନ୍ଯୁଜ୍: ତୈଳ ଦରରେ ନିଆଁ । ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର। ପେଟ୍ରୋଲ, ଡିଜେଲ ଦର ସହ ଖାଇବା ତେଲ ଦର ଲୋକଙ୍କ ଚିନ୍ତା ବଢାଇଛି। ଖାଇବା ତେଲ ଦୁଇବର୍ଷରେ ଦୁଇଗୁଣା ବଢ଼ିଲାଣି । ବର୍ଷକ ତଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସୋରିଷ ତେଲ ଲିଟର ପିଛା୧୨୦ରୁ ୧୩୦ ଟଙ୍କା ରହିଥିଲା । ଏବେ ୧୮୦ରୁ ୧୯୦ ଟଙ୍କାରେ ପହଁଚିଛି ସୋରିଷ ତେଲ । ସୋୟାବିନ୍‌, ସୂର୍ଯ୍ୟମୁଖୀ ଓ ଭେଜିଟେବୁଲ ଅଏଲ ୨୦୦ ଟଙ୍କା ଟପିଛି ।

ସେହିଭଳି ସର୍ବୋଚ୍ଚ ସ୍ତରରେ ବଢିଛି ପେଟ୍ରୋଲ ଦର । ୬ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି। ଗତକାଲି ପେଟ୍ରୋଲ ପିଛା ୨୭ ପଇସା ଓ ଡିଜେଲ ଦର ୨୯ ପଇସା ବଢିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫.୦୩ ପଇସା ଥିବାବେଳେ ଡିଜେଲ ଦର ୮୫.୯୫ ପଇସା ରହିଛି।

ଅନ୍ୟପଟେ ମୁମ୍ବାଇରେ ପେଟ୍ରୋଲ ୧୦୧ ଟଙ୍କା ୨୫ପଇସା ଓ ଡିଜେଲ ଲିଟର ପିଛା ମୂଲ୍ୟ ୯୩ଟଙ୍କା ୩୦ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ୯୫ଟଙ୍କା ୪୯ ପଇସା ଓ ଡିଜେଲ ୯୩ଟଙ୍କା ୩୪ ପଇସାରେ ପହଞ୍ଚିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ତୈଳ ଦର ୧୦୦ ଟଙ୍କା ପାର କରିସାରିଲାଣି । କେବଳ ୫ ସପ୍ତାହରେ ଡିଜେଲ ଦର ୫ ଟଙ୍କା ବଢ଼ିସାରିଲାଣି । ପେଟ୍ରୋଲ ବି ଏହାରି ମଧ୍ୟରେ ୫ ଟଙ୍କା ବଢ଼ିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.