ପାକିସ୍ତାନରେ ବଡ ଟ୍ରେନ ଦୁର୍ଘଟଣା: ୩୦ରୁ ଅଧିକ ମୃତ, ୫୦ରୁ ଅଧିକ ଆହତ

ପାକିସ୍ତାନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଡାହରକି ଅଞ୍ଚଳରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମଧ୍ୟରେ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି।

ଘୋଟକି ନିକଟରେ ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମୁହାଁମୁହିଁ ହୋଇଥିଲେ । ଫଳରେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ୫୦ ଜଣ ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ମାତ୍ରା ଏତେ ଭୟାବହ ଏତେ ଥିଲା ଯେ, ମିଲାଟ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଥିଲା । ପାଖାପାଖି ଭୋର ୩.୪୫ରେ ଘଟିଛି ଏହି ଦୁର୍ଘଟଣା ।

ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ଯ ଚଳାଇଛି। ଅନେକ ଲୋକ ଫସି ରହିଛନ୍ତି। ଆଗକୁ ମତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.