ଏହି ୮ ଟି ବ୍ୟାଙ୍କରେ ଆକାଉଣ୍ଟ ଥିଲେ ହୋଇଯାଆନ୍ତୁ ସାବଧାନ! ଆଜି ହିଁ ନେଇଆସନ୍ତୁ ନୂଆ ପାସ୍‌ବୁକ୍‌, ନଚେତ୍‌ ଉଠାଇପାରିବେନି ଟଙ୍କା

୧ ଏପ୍ରିଲ ୨୦୨୧ରୁ ବଦଳିଯିବ ବ୍ୟାଙ୍କର ଅନେକ ନିୟମ। ଗୋଟିଏ କି ଦୁଇଟି ନୁହେଁ, ୮ଟି ବ୍ୟାଙ୍କର ଟ୍ରାନ୍‌ଜାକ୍ସନ୍‌ର ନିୟମ ପରିବର୍ତ୍ତନ ହେଉଛି। ଏହି ବ୍ୟାଙ୍କର ପୁରୁଣା ଚେକ୍‌ବୁକ୍‌, ପାସ୍‌ବୁକ୍‌ ଓ ଆଇଏଫ୍‌ଏସ୍‌ସି କୋଡ୍‌ ଅବୈଧ ହୋଇଯିବ। ଅର୍ଥାତ୍‌, ଆପଣଙ୍କୁ ଟଙ୍କା ନେଣଦେଣ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ରିପୋର୍ଟ ମୁତାବକ ୮ଟି ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି।

ଏସବୁ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି:

  • ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ବ୍ୟାଙ୍କ ଅଫ୍‌ ବରୋଦା ସହ ହୋଇଛି। ଏହା ଏପ୍ରିଲ ୧ରୁ ଲାଗୁ ହେବ।
  • ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ମିଶିଛନ୍ତି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ।
  • କାନାରା ବ୍ୟାଙ୍କ ସହ ମିଶିଲା ସିଣ୍ଡିକେଟ୍‌ ବ୍ୟାଙ୍କ।
  • ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ମିଶିଲା ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ୍‌ ବ୍ୟାଙ୍କ।
  • ଇଣ୍ଡିଆନ୍‌ ବ୍ୟାଙ୍କ ସହ ମିଶିଲା ଆହ୍ଲାବାଦ ବ୍ୟାଙ୍କ। ଏହା ଏପ୍ରିଲ ୧ରୁ ଲାଗୁ ହେବ।

ଏଣୁ ଏସବୁ ବ୍ୟାଙ୍କର ଗ୍ରାହକଙ୍କୁ ୧ ଏପ୍ରିଲ ୨୦୨୧ ସୁଦ୍ଧା ନୂଆ ଚେକ୍‌ ବୁକ୍‌ ଦେବାକୁ ପଡ଼ିବ। କିନ୍ତୁ ସିଣ୍ଡିକେଟ୍‌ ଓ କାନାରା ବ୍ୟାଙ୍କର ଗ୍ରାହକଙ୍କୁ ଏ ମାମଲାରେ ଟିକେ ଆଶ୍ୱସ୍ତି ମିଳିଛି। ସିଣ୍ଡିକେଟ୍‌ ବ୍ୟାଙ୍କର ବର୍ତ୍ତମାନର ଚେକ୍‌ ବୁକ୍‌ ୩୦ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ କାମ କରିବ। ତା’ ପରେ ନୂଆ ଚେକ୍‌ବୁକ୍‌ ନେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.