ଏହି ଘରୋଇ ବ୍ୟାଙ୍କ FD ଉପରେ ଦେଉଛି ୭.୨୫% ସୁଧ

ଆଉ ଆଜିକାଲି ଲୋକମାନେ ମଧ୍ୟ କମ୍ ନିବେଶରେ ଅଧିକ ରିଟର୍ଣ୍ଣ ପାଇବାକୁ ପ୍ରୟାସ କରିଥାନ୍ତି । ସେଥିପାଇଁ ସେମାନେ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କର ନୂଆ ନୂଆ ସ୍କିମକୁ ଚାହିଁ ରହିଥାନ୍ତି । ଏବେ ଏହି ଘରୋଇ ବ୍ୟାଙ୍କ FD ଉପରେ ଦେଉଛି ୭.୨୫% ସୁଧ, ୧୮ ମାସ ଡିପୋଜିଟ କରି ପାଆନ୍ତୁ ଅନେକ ଲାଭ

ରିଜର୍ଭ ବ୍ୟାଙ୍କ ରେପୋ ରେଟ ବଢ଼ାଇବା ପର ଠାରୁ ଦେଶର ପ୍ରାଇଭେଟ ଏବଂ ସରକାରୀ ବ୍ୟାଙ୍କ ନିଜର ଫିକ୍ସଡ ଡିପୋଜିଟର ସୁଧ ଧରରେ ବୃଦ୍ଧି କରିଛି । ଆଉ ଆଜିକାଲି ଲୋକମାନେ ମଧ୍ୟ କମ୍ ନିବେଶରେ ଅଧିକ ରିଟର୍ଣ୍ଣ ପାଇବାକୁ ପ୍ରୟାସ କରିଥାନ୍ତି । ସେଥିପାଇଁ ସେମାନେ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କର ନୂଆ ନୂଆ ସ୍କିମକୁ ଚାହିଁ ରହିଥାନ୍ତି । ତେବେ ଯଦି ଆପଣମାନେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି । ଏକ ଘରୋଇ ବ୍ୟାଙ୍କରେ ଆପଣମାନେ ନିବେଶ କରି ଅଧିକ ରିଟର୍ଣ୍ଣ ପାଇପାରିବେ ।

ଆମେ ଯେତେବେଳେ ବ୍ୟାଙ୍କରେ ଏଫଡି ଅର୍ଥାତ ଫିକ୍ସଡ୍ ଡିପୋଜିଟ କରୁଛୁ ସେତେବେଳେ ବ୍ୟାଙ୍କର ସୁଧ ବିଷୟରେ ଜାଣିବା ନିହାତି ଆବଶ୍ୟକ । କେଉଁ ବ୍ୟଙ୍କ ଅଧିକ ସୁଧ ଦେଉଛି ଏବଂ ତାର ପଲିସି ବିଷୟରେ ଜାଣି ଟଙ୍କା ନିବେଶ କରିବା ବୁଦ୍ଧିମାନର କାମ ଅଟେ । ତେବେ ସରକାରୀ ବ୍ୟାଙ୍କକୁ ଛାଡି ଘରୋଇ ବ୍ୟଙ୍କ ଗୁଡିକ ଆଜିକାଲି ଏଫଡି ଉପରେ ଅଧିକ ସୁଧ ପ୍ରଦାନ କରୁଛନ୍ତି । ସେହିପରି ଆଜି ଏକ ବ୍ୟାଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ନିଜର ଏଫଡି ଉପରେ ସୁଧ ବଢାଇଛି ।

ସୂଚନା ଅନୁଯାୟୀ, ପ୍ରାଇଭେଟ ସେକ୍ଟରର ଧନଲକ୍ଷ୍ମୀ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ଉପରେ ସୁଧ ଦର ବଢାଇବା କଥା ସାମ୍ନାକୁ ଆସିଛି । ବ୍ୟାଙ୍କ ଦୁଇ କୋଟିରୁ କମ ଫିକ୍ସଡ ଡିପୋଜିଟ ଉପରେ ଇଣ୍ଟରେଷ୍ଟ ବଢାଇଛି । ବ୍ୟାଙ୍କ ସାତ ଦିନରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଫିକ୍ସଡ ଡିପୋଜିଟ ଉପରେ ବର୍ତ୍ତମାନ ୩.୨୫ ପ୍ରତିଶତରୁ ୬.୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅଫର କରୁଛି । ଧନଲକ୍ଷ୍ମୀ ବ୍ୟାଙ୍କ ବର୍ତ୍ତମାନ ୫୫୫ ଦିନ ମାନେ ୧୮ ମାସ ୭ ଦିନ ର ଡିପୋଜିଟ ଉପରେ ପାଖାପାଖି ୭.୨୫ ପ୍ରତିଶତ ସୁଧ ଅଫର କରୁଛି ।

୧୮୦ ଦିନର ସମୟରେ ହେଉଥିବା ଡିପୋଜିଟ ଉପରେ ବ୍ୟାଙ୍କ ୬.୫୦% ଦରରେ ସୁଧ ଅଫର କରୁଛି । ଏକ ବର୍ଷ ଏବଂ ଦୁଇ ବର୍ଷରେ ମ୍ୟାଚ୍ଚୋର ହେଉଥିବା ଡିପୋଜିଟ ଉପରେ ବ୍ୟାଙ୍କ ବର୍ତ୍ତମାନ ୬.୭୫ ପ୍ରତିଶତର ସୁଧ ଦର ଅଫର କରୁଛି । ସେହିପରି ୫୫୫ ଦିନର ମ୍ୟାଚ୍ଚୋର ହେବାଜୁ ଥିବା ଫିକ୍ସଡ ଡିପୋଜିଟ ଉପରେ ବ୍ୟାଙ୍କ ୭.୨୫ ପ୍ରତିଶତ ସୁଧ ଦର ଗ୍ୟାରେଣ୍ଟି ଦେଉଛି । ଦୁଇ ବର୍ଷରୁ ଅଧିକ ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଜମା ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.