ହେଲମେଟ ଭିତରେ ମୋବାଇଲ ଭର୍ତ୍ତି କରି କଥା ହେଉଛନ୍ତି କି, ତେବେ ତୁରନ୍ତ କଟିବ ଏତିକି ଟଙ୍କା

ଯାତାୟତ ସମୟରେ ଦୁର୍ଘଟଣାକୁ ଲଗାମ ଲଗାଇବା ପାଇଁ ଦେଶରେ ଅନେକ ଟ୍ରାଫିକ ନିୟମ ବନାଯାଇଛି। ଏହା ସତ୍ତ୍ୱେ ମଧ୍ୟ ଆପଣ ଲୋକଙ୍କୁ ହେଲମେଟ୍‌ ଭିତରେ ମୋବାଇଲ ଫୋନ୍‌ ଭର୍ତ୍ତି କରି କଥା ହେଉଥିବାର ଦେଖିଥିବେ। ଏମିତି କରିବାର ଅର୍ଥ ଟ୍ରାଫିକ ନିୟମକୁ ଉଲଙ୍ଘନ କରିବା। ଯଦି ଆପଣ ମଧ୍ୟ ଏହି ଭୁଲ କରୁଛନ୍ତି ତାହେଲେ ସୁଧୁରିଯାଆନ୍ତୁ। କାହିକିଁନା ଯଦି ଆପଣଙ୍କୁ ଏମିତି କଥା ହେବାର ଟ୍ରାଫିକ ପୋଲିସ ଦେଖିଦେଲା ତାହେଲେ ଭାରି ଚାଲାଣ କଟିବାକୁ ଜମା ବି ଡେରି କରିନଥାଏ। ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଜାଣିନିଅନ୍ତୁ ଏହାକୁ ନେଇ କଣ ରହିଛି ନିୟମ।

ବାଇକ ଚଲାଇବା ସମୟରେ ଏହିଭଳି ଭାବେ ଗ୍ୟାଜେଟ ବ୍ୟବହାର କରିବା ଆପଣଙ୍କୁ ଅସୁବିଧା ବା ସମସ୍ୟାରେ ପକାଇପାରେ। ମୋଟର ଭେଇକିଲ ଆକ୍ଟ ଅନୁଯାୟୀ, ମୋଟରସାଇକେଲ, ସ୍କୁଟର ଏବଂ କାର ଚଲାଇବା ସମୟରେ ଇଲେକଟ୍ରୋନିକ କମ୍ୟୁନିକେସନର ବ୍ୟବହାର ଯେମିତିକି- ମୋବାଇଲ ଫୋନ, ଇୟରଫୋନରେ କଥା ହେବା ଆଦି ଟ୍ରାଫିକ ନିୟମର ଉଲଙ୍ଘନ କରିବା ହୋଇଥାଏ। ଯଦି ଆପଣଙ୍କୁ ଏପରି ଅବସ୍ଥାରେ ଟ୍ରାଫିକ ପୋଲିସ ଧରେ ତାହେଲେ ୧୦୦୦ ଟଙ୍କାରୁ କମ୍‌ ଚାଲାଣ ଆଦୌ ବି କଟିବନି।

ଅନେକ ଥର ଆପଣ ଦେଖିଥିବେ କଲରେ କଥା ହେବା ଚକ୍କରରେ ଚାଳକ ରାସ୍ତା ଉପରୁ ଧ୍ୟାନ ହଟାଇ ଦିଅନ୍ତି ଏବଂ ବଡ ଦୁର୍ଘଟଣାର ଶିକାର ହୁଅନ୍ତି। ଏପରି ମାମଲାକୁ ରୋକିବା ପାଇଁ ଟ୍ରାଫିକ ନିୟମରେ ଏହାକୁ ରଖାଯାଇଛି।

ପ୍ରତ୍ୟେକ ବାହନ ଚାଳକଙ୍କୁ ଗାଡିର ଇନସୁରାନ୍ସ କରିବା ବହୁତ ଜରୁରୀ ହୋଇଥାଏ। ବିନା ଇନସୁରାନ୍ସରେ ଗାଡି ଚଲାଇବା ସମୟରେ ଯଦି ଟ୍ରାଫିକ ପୋଲିସ ଧରିନିଅନ୍ତି ତାହେଲେ ଅତି କମରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିଥାଏ। ଖାଲି ଏତିକି ନୁହେଁ ଏମିତି କରିବା ଦ୍ୱାରା ଆପଣଙ୍କୁ ୩ ମାସ ପାଇଁ ଜେଲର ପବନ ଖାଇବାକୁ ମଧ୍ୟ ପଡିପାରେ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ଆଉ ସଚେତନ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.